Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଭିକାରୀଙ୍କୁ କାମରେ ଲଗାଇବେ ଯୋଗୀ ସରକାର : ମିଳିବ ପ୍ରୋତ୍ସାହନ ରାଶି

23/06/2019 at 6:52 PM

ଲକ୍ଷ୍ନୌ ୨୩/୬ : ଲକ୍ଷ୍ନୌ ସହରର ପ୍ରତ୍ୟେକ ଟ୍ରାଫିକ ଏବଂ ସାର୍ବଜନିକ ସ୍ଥାନରେ ଭିକ ମାଗୁଥିବା ଭିକାରୀଙ୍କ ବିରୋଧରେ ନଗର ନିଗମ ଦୃଢ ପଦକ୍ଷେପ ନେବା । ଏମାନଙ୍କୁ ରହିବ ପାଇଁ ସେଲଟର ହୋମ ଦିଆଯିବ । ଭିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚିନ୍ତିତ ଅଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଆଦେଶ ଜାରି କରିଛି । ନଗର ନିଗମ ପ୍ରଥମଥର ପାଇଁ ସହରର ୮ଟି ଜୋନରେ ଭିକାରୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବା ।

ନଗର ଆୟୋଗ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ଯେ, ସମସ୍ତ ଜୋନାଲ ଅଧିକାରୀଙ୍କୁ ଆଦେଶ ଜାରି କରାଯାଇଛି ଯେ, ସେ ନିଜ ଜୋନର ଟ୍ରାଫିକ ସିଗ୍ନାଲ ଏବଂ ସାର୍ବଜନିକ ସ୍ଥାନରେ ଭିକ ମାଗୁଥିବା ଭିକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏବେ ପର୍ଯ୍ୟନ୍ତ ଭିକାରୀଙ୍କ ସହ ଜଡିତ ସମସ୍ତ କାମ ସମାଜ କଲ୍ୟାଣ ବିଭାଗ କରୁଥିଲା ।

ଏବେ କିନ୍ତୁ ପ୍ରଶାସନ ଆଦେଶ ଦେଇଛି ନଗର ନିଗମ ଏହା ଉପରେ କାମ କରିବା । ନଗର ଆୟୋଗ କହିଛନ୍ତି ଯେ, ଭିକାରୀଙ୍କୁ ସେଲଟର ହୋମରେ ରଖାଯିବ । ଭିକାରିମାନେ ଏବେ ରାସ୍ତା ଉପରେ କିମ୍ବା ଫୁଟପାଥରେ ଶୋଉଚନ୍ତି । କିନ୍ତୁ ତାଙ୍କ ପାଇଁ ଏବେ ଏକ ସେଲଟର ହୋମ କରାଯିବ । ସେମାନଙ୍କ ପାଇଁ ରୋଜଗାର ଦିଆଯିବ । ସଫେଇ କର୍ମଚାରୀ କାମ କରୁଥିବା ସଂସ୍ଥା ଇକୋଗ୍ରିନ ପାଖରେ କମ କର୍ମଚାରୀ ଅଛନ୍ତି । ଭିକାରୀଙ୍କୁ ଘର ଘର ବୁଲି ୟୁଜର ଚାର୍ଜ ସଂଗ୍ରହ କରିବା କାମ ଦିଆଯିବ । ଏଥିପାଇଁ ତାଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ ।

ନଗର ନିଗମ ଆୟୋଗ କହିଛନ୍ତି ଯେ, ଭିକାରୀଙ୍କୁ କାମରେ ଲଗାଇବା ସହଜ ନୁହେଁ । ପରିବର୍ତ୍ତନ ଆବଶ୍ୟକ ଏବଂ ଏହା ସହଜ ମଧ୍ୟ ନୁହେଁ । କିନ୍ତୁ ପ୍ରୟାସ କରିବାରେ କିଛି କ୍ଷତି ନାହିଁ ।

   Related Posts