ସୋମବାରଠୁ ତେଜସ୍ ଏକ୍ସପ୍ରେସ୍‌ରେ ଲାଗିବ ବ୍ରେକ୍‌, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୧୭/୧୧:  ସୋମାବାର ଠାରୁ ନିଜର ଯାତ୍ରା ଶେଷ କରିବ ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌। ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ସ୍ପିଡ୍‌ରେ ଲାଗିବ ବ୍ରେକ୍‌। ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତାକାଲିଠୁ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।

 ଆଇଆରସିଟିସି ଦ୍ବାରା ପରିଚାଳିତ ହେଉଥିବା ତେଜ୍‌ସ ଏକ୍ସପ୍ରେସ୍‌ ବନ୍ଦ ହେବା ପଛର ମୂଳ କାରଣ ଯାତ୍ରୀ ବୋଲି କୁହାଯାଉଛି। କାରଣ କରୋନା କାଳରେ ଭିଆଇପି ତେଜସ୍ ଏକ୍ସପ୍ରେସ୍‌ରେ‌ ଯାତ୍ରୀ ଟିକେଟ୍‌ ବୁକ୍‌ କରୁନାହାନ୍ତି। ଏହା ଦ୍ବାରା ରେଳ ବିଭାଗକୁ ଏଥିରୁ କିଛି ଲାଭ ମିଳୁନଥିବା ସୂଚନା ମିଳିଛି।

ଗୋଟିଏ ଦିନ ପାଇଁ ତେଜସ୍ ଏକ୍ସପ୍ରେସ୍‌ର ଖର୍ଚ୍ଚ ୧୫-୧୬ ଲକ୍ଷ ହେଉଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରେଳ ବାଇକୁ ଘାଟାରେ ପକାଉଛି। ଏହା ପ୍ରଥମ ନୁହେଁ ଯେ ତେଜସ୍‌ ଏକ୍ସପ୍ରେସ୍‌ରେ ବ୍ରେକ୍‌ ଲାଗିଛି। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧୯ରେ ଏହି ଟ୍ରେନ୍‌ ଅପରେସନ୍‌ ବନ୍ଦ କରାଯାଇଥିଲା। ପରେ କରୋନା ମହାମାରୀ ପାଇଁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ଥିଲା।

ତେଜ୍‌ସ ଏକ୍ସପ୍ରେସ୍‌ରେ ୭୫୮ ବୁକିଂ ହେବାକୁ ଥିବା ବେଳେ କରୋନା କାଳରେ ୫୦-୬୦ ବୁକିଂ ହେଉଥିଲା । ଯଦି ପ୍ରତି ସିଟ୍‌ର ମୂଲ୍ୟ ହାରାହାରି ୧୦୦୦ ଟଙ୍କା ବୋଲି ଧରିନିଆଯାଏ ତେବେ କେବଳ ୫୦-୬୦ ହଜାର ରୋଜଗାର ହେଉଛି। ଦିନକୁ ୧୫ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ୫୦ ହଜାର ରୋଜଗାର ନିହାତି ଭାବେ ଏକ ବୃହତ୍ତ କ୍ଷତି। କହିରଖୁଛୁ ଯେ, ଆଇଆରସିଟିସି ଦ୍ବାରା ଲକ୍ଷ୍ନୌ-ଦିଲ୍ଳୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ୍‌ ସେବା ଅକ୍ଟୋବର ୨୦୧୯ରେ ଆରମ୍ଭ ହୋଇଥିଲା। ପରେ ଅହମଦାବାଦ-ମୁମ୍ବାଇ ତେଜ୍‌ସ ସେବା ଚଳିତ ବର୍ଷ ଜାନୁଆରୀରେ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.