ଭଦ୍ରକରେ ବଢ଼ିଲା ଲକ୍ଡାଉନ୍ କଟକଣା
22/07/2020 at 5:49 PM

ଭଦ୍ରକ୨୨/୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକରେ ବଢ଼ିଲା ଲକ୍ଡାଉନ୍ କଟକଣା। ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଏନ୍ଏସି, ଭଣ୍ଡାରିପୋଖରୀ, ବନ୍ତ ଏବଂ ତିହିଡି ବ୍ଲକରେ ଲାଗୁ ହେଲା ଲକ୍ଡାଉନ୍ କଟକଣା। ସେଠାରେ ଥିବା ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ଦିନ ୨ଟା ପରେ ଚଳପ୍ରଚଳ ଉପରେ କଟକଣା ଲାଗିବ ବୋଲି ଜିଲ୍ଳ ପ୍ରଶାସନ ଟ୍ବିଟ୍ କରି ସୂଚନା ଦେଇଛି।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021