Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପାର୍ଟିରେ ମସ୍ତି ପରେ ନିଶାରେ ଚଳାଉଥିଲେ କାର୍, ରାସ୍ତାରୁ ସିଧା ନଦୀକୁ ଖସିଗଲେ, ୭ ଯୁବକ ଉଦ୍ଧାର, ଜଣଙ୍କ ଜୀବନ ଗଲା

23/06/2021 at 9:12 AM

ଲକ୍ଷ୍ନୌ ୨୩/୦୬: ୟୁପିର ରାଜଧାନୀ ଲକ୍ଷ୍ନୌରେ ବନ୍ଧୁଙ୍କ ଘରୁ ପାର୍ଟି ସାରି ଫେରୁଥିବା ସମୟରେ ଯୁବକଙ୍କ କାର ଖସିଯିବା କାରଣରୁ ନଦୀରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ଆଠ ଜଣ କାରରେ ଥିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ କାରରେ ଥିବା ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ଜଣେ ଜୁବକଙ୍କର ମୃତ୍ୟୁ ଘଟିଛି। ପୋଲିସ କାରଟିକୁ ନଦୀରୁ ବାହାର କରିଛି।

ସୂଚନାନୁସାରେ, ଯୁବକମାନେ ପାରା ପୋଲିସ ଷ୍ଟେସନର ବୁଦ୍ଧେଶ୍ୱର ନିବାସୀ ଆଲୋକ ଗୁପ୍ତାଙ୍କ ବୋଲେରୋ କାରରେ ବାରବାଙ୍କି ଯାଇଥିଲେ ଏବଂ ତାଙ୍କ ବନ୍ଧୁ ବିଜୟଙ୍କ ଘରୁ ପାର୍ଟି କରିବା ପରେ ଫେରୁଥିଲେ। ଏହି ସମୟରେ ଯୁବକମାନେ ଲକ୍ଷ୍ନୌର ଥାନା ମହାନଗର ଠାରେ ଥିବା ପେପର ମିଲ୍ କଲୋନୀ ନିକଟରେ ନଦୀ ପାଖରେ ଥିବା ରାସ୍ତାରେ କାର ପାର୍କିଂ କରି ମଜା କରିବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ୍ କାରଟି ଖସିଯିବା କାରଣରୁ ନଦୀ ଭିତରକୁ ଚାଲିଯାଇଥିଲା ।

କାରରେ ଥିବା ଯୁବକମାନେ କାରରୁ ଓହ୍ଲାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା କନଷ୍ଟେବଳ ଆଲୋକ ଯାଦବ ଏବଂ ନିଖିଲ ଶର୍ମା କାରଟି ନଦୀରେ ବୁଡ଼ି ଯାଉଥିବା ଦେଖିଥିଲେ। ଦୁହେଁ ତୁରନ୍ତ ଏସଡିଆରଏଫ୍ ଏବଂ ଅଗ୍ନିଶମ ଦଳକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଏସଡିଆରଏଫ୍ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୬ଘଣ୍ଟାର ସଂଘର୍ଷ ପରେ ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ନିଖିଲ ଗୁପ୍ତା ବୋଲି ଜଣାପଡିଛି ।

ଲକ୍ଷ୍ନୌ ପୋଲିସ୍ କମିଶନର ଡି.କେ ଠାକୁରଙ୍କ ଅନୁଯାୟୀ ଯୁବକମାନେ ପାର୍ଟିରେ ଯୋଗଦେବା ପାଇଁ ଆଲୋକ ଗୁପ୍ତାଙ୍କ ବୋଲେରୋ ବୁକ୍ କରିବା ପରେ ବାରବାଙ୍କି ଯାଇଥିଲେ। ଅବଦୁଲ ଅଲିମ, ଶିବମ ସିଂ, ବିନୋଦ ପାଲ, ଗୌରବ ସିଂ, ବାବୁ ଗୁପ୍ତା, ନିଖିଲ ଗୁପ୍ତା ଏବଂ ଶିବମ ନାମକ ବ୍ୟକ୍ତିମାନେ ବାରବାଙ୍କି ଯାଇଥିଲେ। ଏହି ସମୟରେ ଗୌରଭ ସିଂ କାର ଚଳାଉଥିଲେ। ପାର୍ଟି ସାରି ଫେରୁଥିବାବେଳେ ସେମାନେ ମଜା କରିବା ପାଇଁ ନଦୀ କୂଳରେ ପହଞ୍ଚିଥିଲେ ଏବଂ କାରଟି ଖସିଯିବା ଯୋଗୁଁ ସମସ୍ତେ ନଦୀ ଭିତରେ ବୁଡି ଯାଇଥିଲେ ।

   Related Posts