ଆସିଲା ଏପଲ କମ୍ପାନୀର ସେଲ୍ସ ମ୍ୟାନେଜର ବିବେକ ତିୱାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

Published By : Prameya-News7 Bureau | October 02, 2018 IST

ଲକ୍ଷ୍ନୌ ୨/୧୦ : ଉତ୍ତର ପ୍ରଦେଶ ର ଏପଲ କମ୍ପାନୀର ସେଲ୍ସ ମ୍ୟାନେଜର ବିବେକ ତିୱାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଯାଇଛି | ପୋଷ୍ଟ ମର୍ଟମ ରିପୋର୍ଟରେ ଏକ ବଡ ସତ୍ୟ ସାମ୍ନାକୁ ଆସିଛି | ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବିବେକଙ୍କୁ କୌଣସି ଏକ ଉଚ୍ଚ ସ୍ଥାନରୁ ଗୁଳି କରାଯାଇଥିଲା | ବିବେକଙ୍କ ସହିତ କାରରେ ଥିବା ତାଙ୍କ ମହିଳା କର୍ମଚାରୀ ସନା ଖାନ କଲି ନିଜ ବୟାନରେ କହିଥିଲେ ଯେ, କନେଷ୍ଟବଳ ଡିଭାଇଡର ଉପରେ ଛିଡା ହୋଇ ବିବେକଙ୍କ ଉପରକୁ ଗୁଳି ଚଳାଇଥିଲେ | ତେବେ ଘଟଣା ପରେ ପୋଲିସ କହିଥିଲା ଯେ ବିବେକ କନେଷ୍ଟବଳଙ୍କ ଉପରକୁ ଗାଡି ମଡେଇଦେବାକୁ ଚେଷ୍ଟା କରିଥିଲେ | ଆତ୍ମରକ୍ଷା ପାଇଁ କନେଷ୍ଟବଳ ବିବେକଙ୍କ ଉପରକୁ ଗୁଳି ଚଳାଇଥିଲେ | ତେବେ ସନା ଖାନଙ୍କ ବୟାନ ଓ ପୋଷ୍ଟ ମର୍ଟମ ରିପୋର୍ଟ ପରେ ପୋଲିସର ମିଛ ଧରା ପଡିଯାଇଛି | ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ କନେଷ୍ଟବଳ ଚଳାଇ ଥିବା ଗୁଳି ବିବେକଙ୍କ ଥୋଡୀରେ ବାଜି ତାଙ୍କ ଗଳାରେ ଅଟକି ରହିଯାଇଥିଲା | ଘଟଣା ପରେ ରାତି ୨.୫ ମିନିଟରେ ତାଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ରାତି ୨.୨୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.