ନୂଆଦିଲ୍ଲୀ ୨୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ରେ ୧୦ଟି ଦଳ ଖେଳିବା ପଥ ପରିଷ୍କାର ହୋଇଛି। ସୋମବାର ଦୁବାଇରେ ଦୁଇଟି ନୂତନ ଦଳ ପାଇଁ ବିଡିଂ ଲଗାଯାଇଛି। ଏଥିରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ନାମରେ ଦୁଇଟି ନୂତନ ଦଳ ଆଇପିଏଲରେ ସାମିଲ୍ ହୋଇଛି। ଆଉ ଏଥିରେ ଲାଭବାନ ହୋଇଥିବା ବିସିସିଆଇ ଦୁଇ ଦଳରୁ ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛି।
ଲକ୍ଷ୍ନୌ ପାଇଁ ସଞ୍ଜୀବ ଗୋଏନିକାଙ୍କ ଗ୍ରୁପ ପକ୍ଷରୁ ପ୍ରାୟ ୭୦୦୦ କୋଟି ଟଙ୍କାର ବିଡିଂ ଲଗାଯାଇଥିବା ବେଳେ ଅହମ୍ମଦାବାଦ ପାଇଁ ବିଦେଶୀ କମ୍ପାନୀ ସିଭିସି ଗ୍ରୁପ ୫୬୦୦ କୋଟି ଟଙ୍କା ବିଡିଂ ଲଗାଇଛି। ବିସିସିଆଇ ଆଇପିଏଲର ଦୁଇଟି ଦଳରୁ ପ୍ରାୟ ୭ ରୁ ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିବା ବୋଲି ଆଶା ରଖିଥିଲା। ହେଲେ ଆୟ ୧୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ସଞ୍ଜୀବ ଗୋଏନିକାଙ୍କ ଗ୍ରୁପ ଏତେ ବଡ ପରିମାଣର ବୋଲି ଲଗାଇ ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି।
wp:html/wp:htmlAhmedabad and Lucknow to be the two new teams at Indian Premier League (IPL). CVC Capital Partners gets Ahmedabad while RPSG Group gets Lucknow. pic.twitter.com/0zmQS7nQEb
— ANI (@ANI) October 25, 2021
ଆଇପିଏଲ ଦଳ ଦୌଡରେ ମୋଟ୍ ୬ ସହର ରହିଥିଲେ। ଏଥିରେ ଅହମ୍ମଦାବାଦ, ଲକ୍ଷ୍ନୌ, କଟକ, ଧର୍ମଶାଳା, ଗୌହ୍ଵାଟୀ, ଇନ୍ଦୋର ନାମ ସାମିଲ୍ ଥିଲା। ଯିଏ ଅଧିକ ବୋଲି ଲଗାଇଥାଏ ତା ପାଖରେ ନିଜ ସହର ଏବଂ ଦଳ ଚୟନ କରିବାର ଅଧିକାର ହୋଇଥାଏ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ବିଡିଂ ପରେ କହିଛନ୍ତି ଯେ, ଆମେ ବହୁତ ଖୁସି ଯେ, ଭାରତୀୟ କ୍ରିକେଟ୍ ଆଗକୁ ବଢିବାରେ ଲାଗିଛି।
ସୂଚନାଯୋଗ୍ୟ, ଆଜି ଦୁଵାଇରେ ଖୋଲାଯାଇଥିଲା ଵିଡ୍ ପେପର । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍ର ବେସ୍ ପ୍ରାଇସ୍ (ମୂଲ୍ୟ ଦର) ୨୦୦୦ କୋଟି ଟଙ୍କା ରଖିଥିଲା । ମୋଟ୍ ୨୨ଟି କମ୍ପାନୀ ନୂଆ ଟିମ୍ କିଣିଵା ପାଇଁ ଵିଡିଙ୍ଗ କରିଥିଲେ । ପ୍ରମୁଖ ଵିଡର୍ ମଧ୍ୟରେ ଥିଲେ ମାଞ୍ଚେଷ୍ଟର ୟୁନାଇଟେଡ କ୍ଲଵ ମାଲିକ । ଜିନ୍ଦଲ ଷ୍ଟିଲ , ଟରେଣ୍ଟ ଫାର୍ମା ଓ ହିନ୍ଦୁସ୍ତାନ ଟାଇମସ୍ ଗ୍ରୁପ୍ ମଧ୍ୟ ଵିଡିଙ୍ଗରେ ସାମିଲ ହୋଇଥିଲେ । ମୋଟ ୬ଟି ସହର ମଧ୍ୟରୁ ଦୁଇଟି ସହରକୁ ନେଇ ହୋଇଥିଲା ନୂଆ ଫ୍ରାଞ୍ଚାଇଜ୍ ।