Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ମୁମ୍ୱାଇ, ଭୋପାଳ, ସମେତ ଅନେକ ସହରରେ ଆଜିଠୁ ତାଲାବନ୍ଦ : ଦିଲ୍ଲୀ, ୟୁପିରେ ନାଇଟ କର୍ଫ୍ୟୁ

9/04/2021 at 10:32 AM

ନୂଆଦିଲ୍ଲୀ ୯/୪: ଗତ କିଛିମାସ ପରେ ସାରା ଦେଶକୁ ପୁଣି ଫେରିଛି ତାଲାବନ୍ଦ । କରୋନା ପାଇଁ ପୁଣି ଲୋକେ କଟକଣାର ସମ୍ମୁଖୀନ ହେବେ । ମୁମ୍ୱାଇ, ଭୋପାଳ, ରାୟପୁର ସମେତ ବିଭିନ୍ନ ସ୍ଥାନରେ ଆଜିଠୁ ସପ୍ତାହାନ୍ତ ନାଇଟ କର୍ଫ୍ୟୁ ପାଳନ ହେବ । ତେବେ ଅନେକ ସ୍ଥାନରେ ମାର୍ଚ୍ଚରୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି । ତେବେ ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ତାଲାବନ୍ଦ ଭଳି କଠୋର ନିଷ୍ପତ୍ତି ନିଆଯାଇଛି ।

ଆଜି ରାତି ୮ରୁ ସୋମବାର ସକାଳ ପର୍ଯ୍ୟନ୍ତ ସମଗ୍ର ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ୍ ସହ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁଥିରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏଥିରେ ମୁମ୍ୱାଇ ପ୍ରଶାସନ ପକ୍ଷରୁ ଅଲଗା ଗାଇଡଲାଇନ ଜାରି କରିଛି । ରାୟପୁରରେ ମଧ୍ୟ ୧୦ ଦିନ ଯାଏଁ କଟକଣା ଲାଗୁ ହୋଇଛି । ତେବେ ସୀମାରେ ଆଜି ସନ୍ଧ୍ୟା ୬ରୁ ସୋମବାର ସକାଳ ୬ ଯାଏଁ କଟକଣା ବଳବତ୍ତର ରହିବ । ଜରୁରୀ ସେବା ସହ ଛାତ୍ରଛାତ୍ରଙ୍କୁ ପରୀକ୍ଷା ଦେବାକୁ ମିଳିବ ଅନୁମତି । ସରକାରୀ, ବେସରକାରୀ ଅଫିସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶରେ ଆଜି ସନ୍ଧ୍ୟା ୬ରୁ ସୋମବାର ସକାଳ ୬ ଯାଏଁ ସପ୍ତାହାନ୍ତ ତାଲାବନ୍ଦ ରହିବ । ସେପଟେ ଏପ୍ରିଲ  ୬ ତାରିଖରୁ ୯ ଦିନ ଯାଏଁ ଛତିଶଗଡରେ ଲକଡାଉନ୍ ଜାରି ରହିଛି । ଏପଟେ ଦିଲ୍ଲୀ, ନୋଏଡା, ଚଣ୍ଡୀଗଡ, ଗୁଜୁରାଟର ଅହମଦାବାଦ, ସୁରତ, ରାଜକୋଟରେ ନାଇଟକର୍ଫ୍ୟୁ ଚାଲିଛି । ତେବେ ଓଡ଼ିଶାର ସୁନ୍ଦରଗଡ, କଳାହାଣ୍ଡି, ବରଗଡ, ଝାରସୁଗୁଡା, ସମ୍ୱଲପୁର, ବଲାଙ୍ଗୀର, ନୂଆପଡା, ମାଲକାନଗିରି, କୋରାପୁଟ ପ୍ରଭୃତି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଛି । ତେବେ ବେଙ୍ଗାଲୁରୁରେ କାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ଦେଶରେ ବଢୁଥିବା ସଂକ୍ରମଣର ଚେନକୁ ବ୍ରେକ୍ ଦେବାକୁ ଏଭଳି ନିଷ୍ପତ୍ତି ହୋଇଛି ।

   Related Posts