Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଉତ୍ତର ପ୍ରଦେଶରେ ବଢ଼ିଲା ଲକଡାଉନ୍ ଅବଧି: ମେ’ ୬ ସକାଳ ୭ଟା ଯାଏଁ ଲାଗୁ

3/05/2021 at 1:08 PM

ଲକ୍ଷ୍ନୌ ୦୩/୦୫ : ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା କର୍ଫ୍ୟୁ ଅବଧି ଆଉ ଦୁଇ ଦିନ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟରେ ମେ’ ୬ ତାରିଖ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ଓ ଗମନାଗମନ ବନ୍ଦ ରହିବ । ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ ଏନେଇ ସୂଚନା ଦେଇଛନ୍ତି । ଚଳିତ ସପ୍ତାହ ପାଇଁ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି ବୋଲି ସେ କହିଛନ୍ତି । ସଂକ୍ରମଣ ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଲାଗୁ ହୋଇଥିବା ଲକଡାଉନ ମଙ୍ଗଳବାର ଶେଷ ହୋଇଥାନ୍ତା । କିନ୍ତୁ ନୂଆ ଆଦେଶ ପରେ ମଙ୍ଗଳବାର ଓ ବୁଧବାର ମଧ୍ୟ ଲକଡାଉନ ଜାରି ରହିବ ।

ଉତ୍ତର ପ୍ରଦେଶରେ ଲକଡାଉନ ସମୟରେ ସାର୍ବଜନିକ ଓ ପ୍ରାଇଭେଟ ଯାନବାହାନ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଫଳ, ପନିପରିବା, କ୍ଷୀର, ଔଷଧ ଆଦି ଜରୁରୀ ଦୋକାନ ସୀମିତ ସମୟ ପାଇଁ ଖୋଲା ରହିବ } ଏହାସହ ପେଟ୍ରୋଲ ପମ୍ପ ଓ ଗ୍ୟାସ ସିଲିଣ୍ଡର ଦୋକାନ ମଧ୍ୟ ସୀମିତ ସମୟ ଯାଏଁ ଖୋଲା ରହିବ।

   Related Posts