ଅଗଷ୍ଟ ୧୬ ତାରିଖ ଯାଏଁ ବିହାର ଲକ୍‌ଡାଉନ୍ ହେବା ନେଇ ଭାଇରାଲ୍ ହୋଇଛି ଫେକ୍ ଲେଟର୍

Published By : Prameya-News7 Bureau | July 29, 2020 IST

ପାଟଣା ୨୯/୦୭ : ବିହାରରେ ଲକଡାଉନ ଖବର ନେଇ ସୂଚନା ଓ ଜନସମ୍ପର୍କ ବିଭାଗ ସ୍ପଷ୍ଟୀକରଣ ଜାରି କରିଛନ୍ତି | ବିଭାଗ ଅନୁଯାୟୀ, ସୋସିଆଲ ମିଡ଼ିଆରେ ଲକଡାଉନ ସମ୍ବନ୍ଧରେ ଜୁଲାଇ ୨୯ ତାରିଖର ଏକ ପତ୍ର ଭାଇରାଲ ହୋଇଛିଯାହା ଫେକ | ବିହାର ସରକାର ଓ ଗୃହ ମନ୍ତ୍ରାଳୟ ତରଫରୁ ଏହିଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ |

wp:core-embed/twitter {"url":"https://twitter.com/IPRD_Bihar/status/1288418490425020418","type":"rich","providerNameSlug":"twitter","className":""}
https://twitter.com/IPRD_Bihar/status/1288418490425020418
/wp:core-embed/twitter

ନ୍ୟୁଜ ଏଜେନ୍ସି ଏଏନଆଇ କହିଛି ଯେ ବିହାରରେ ଲକଡାଉନ ସମ୍ବନ୍ଧରେ ଆଜି ସନ୍ଧ୍ୟାରେ ବୈଠକ ବସିବା | ବୈଠକରେ ନିଷ୍ପତ୍ତି ନିଆଯିବ ଯେ ଲକଡାଉନ ଅବଧି ବଢାଯିବ ନା ନାହିଁ |

ବିହାରରେ ଜୁଲାଇ ୩୧ ତାରିଖ ଯାଏଁ ଲକଡାଉନ ଜାରି କରାଯାଇଥିଲା | ଲକଡାଉନ ଜାରି ହୋଇଥିବା ସତ୍ତ୍ୱେ ବିହାରରେ ସଂକ୍ରମଣ ଥମିବାର ନାଁ ନେଉନାହିଁ | ରାଜଧାନୀ ପାଟଣା ସମେତ ରାଜ୍ୟର ଅନେକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି |

ବିହାରରେ ଲାଗୁ ହୋଇଥିବା ୧୫ ଦିନିଆ ଲକଡାଉନ ସତ୍ତ୍ୱେ କରୋନା ଗ୍ରାଫ ଦ୍ରୁତ ଗତିରେ ବଢି ଚାଲିଛି | ବୁଧବାର ଦିନ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତାଜା ଅପଡେଟ ଅନୁଯାୟୀ, ୨ ହଜାର ୩୨୮ ନୂଆ ମାମଲା ସାମ୍ନାକୁ ଆସିଛି | ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୧୯ ରେ ପହଞ୍ଚିଛି | ରାଜ୍ୟରେ ଏବେ ସୁଦ୍ଧା ୨୫୦ ଜଣ କରୋନା ଯୋଗୁଁ ପ୍ରାଣ ହରାଇ ସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.