ନୂଆ ବର୍ଷ ୨୦୨୦ରେ ଚମକିବ ଏହି ରାଶି ଜାତକଙ୍କ ଭାଗ୍ୟ, ମିଳିବ ମାନ ସମ୍ମାନ ବର୍ଷିବ ଟଙ୍କା

Published By : Prameya-News7 Bureau | December 21, 2019 IST

ଆଉ ଦିନ କେଇଟା ପରେ ନୂଆ ବର୍ଷ ୨୦୨୦। ବର୍ଷ ପାଇଁ ପ୍ରତ୍ୟେକ ନିଜନିଜର ପ୍ଲାନିଂ ବି କରିସାରିବେଣି। କିଏ ଚାକିରୀ ବଦଳେଇବା ଯୋଜନାରେ ତ ଆଉ କିଏ ବଦଳି ଯୋଜନାରେ ଅଛନ୍ତି। ସେହିପରି କିଛି କ୍ୟାରିୟରରେ ପରିବର୍ତ୍ତନର ଯୋଜନା ବି କରିଛନ୍ତି। ତେବେ କିଛି ରାଶି ଜାତକଙ୍କ ଲାଗି ବର୍ଷଟି ବେଶ ଉଲ୍ଲେଖନୀୟ ହେବ ବୋଲି ଆଶା କରାଯାଉଛି। ଅପାର ସଫଳତା ସାଙ୍ଗକୁ ଢେର ମାନ, ସମ୍ମାନ ଓ ଅର୍ଥଲାଭର ବି ଆଶା ରହୁଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଲାଗି କିପରି ରହିବ ବର୍ଷ ୨୦୨୦।

ମେଷ :   ଏହି ରାଶି ଜାତକଙ୍କ ଲାଗି ବର୍ଷଟି ବେଶ ସକରାତ୍ମକ ରହିବ। ରାଶି ସ୍ୱାମୀ ମଙ୍ଗଳଙ୍କ ଯୋଗୁ ଜାତକ ବର୍ଷତମାମ ଉର୍ଜାବାନ ରହିବା ସହ ଭରପୁର ଶାହାସ ମଧ୍ୟ ପାଇବେ। ବର୍ଷ ଆରମ୍ଭରୁ ହିଁ ଏହି ରାଶିର ଲୋକେ ଏହା ଅନୁଭବ କରିବାକୁ ଲାଗିବେ। ବରିଷ୍ଠଙ୍କ ସହ ସମ୍ପର୍କ ମଧୁର ହେବାକୁ ଥିବା ବେଳେ ଜମିଜମା, ରିୟଲ ଇଷ୍ଟେଟ କାରବାରରେ ଥିବା ଲୋକେ ବେଶ ଲାଭବାନ ହେବେ।

ବୃଷ : ଏହି ରାଶି ଜାତକ ଲୋକେ ଜାନୁୟାରୀ ୨୪ ତାରିଖ ପରେ ଆଶ୍ୱସ୍ତି ଅନୁଭବ କରିବେ। ରାଶି ଉପରେ ଥିବା ଶନିଙ୍କ ଅଢେୟା ସମାପ୍ତ ହେବା ସହ ସମସ୍ୟାରୁ ମୁକ୍ତ ହେବେ। ଏହି ରାଶି ଜାତକ ବୃତ୍ତିଜୀବୀଙ୍କ ଲାଗି ବର୍ଷଟି ମିଶ୍ରିତ ଫଳଦାୟକ ହେବ। ତେବେ ବର୍ଷ ଆରମ୍ଭରୁ କାର୍ଯ୍ୟକ୍ଷେତ୍ର ଅନୁକୂଳ ରହିବ। ତେବେ ଜୁନ ମାସ ପରେ ସମସ୍ୟା ଉପୁଜିବ। ଏଣୁ ଚାକିରୀବୃତ୍ତିରେ ଅଧିକ ଧ୍ୟାନ ଦେବାକୁ ପଡିବ। ବର୍ଷ ଶେଷ ବେଳକୁ ବେତନ ବୃଦ୍ଧି ଅଥବା ନୂଆ ଚାକିରୀ ମିଳିଯାଇପାରେ।

ସିଂହ : ଏହି ରାଶି ଜାତକଙ୍କ ନିମନ୍ତେ ବର୍ଷଟି ବେଶ ସଫଳତା ଦାୟକ ବର୍ଷ ହୋଇପାରେ। କ୍ୟାରିୟର ନୂଆ ଉଚ୍ଚତା ଛୁଇଁବାକୁ ଥିବା ବେଳେ ତେବେ ଏଥିଲାଗି କଠୋର ପରିଶ୍ରମ ବି କରିବାକୁ ପଡିବ। ଶନି ଷଷ୍ଠରେ ଗୋଚର କରିବେ। ଏଣୁ କାର୍ଯ୍ୟକ୍ଷେତ୍ରରେ ଶତ୍ରୁଙ୍କ ପ୍ରଭାବ ରହିବ। ହେଲେ ସେମାନେ କିଛି କରିପାରିବେନି। ଯଦି ଚଳିତବର୍ଷ କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନିଅନ୍ତି ତେବେ ସଫଳ ହେବାର ଅନେକ ସମ୍ଭାବନା ରହିଛି।

କନ୍ୟା:  ଏହି ରାଶି ଜଡାତକଙ୍କ ଲାଗି ମଧ୍ୟ ବର୍ଷଟି ବେଶ ଉତ୍ତମ ସାବ୍ୟସ୍ତ ହୋଇପାରେ। ଜାନୁୟାରୀ ୨୪ ପରେ ରାଶି ଉପରୁ ଶନିଙ୍କ ଅଢେୟା ସମାପ୍ତ ହେବା ପରେ ଏପର୍ଯ୍ୟନ୍ତ ଭୋଗି ଆସୁଥିବା ସମସ୍ୟାର ଅବସାନ ହେବ। ଚାକିରୀରେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରେ। ତେବେ ଅଫିସ ଅଥବା କାର୍ଯ୍ୟସ୍ଥଳରେ ବିରୋଧୀଙ୍କୁ ସମ୍ଭାଳିକରି ଚଳନ୍ତୁ। ସେମାନେ କିଛି କରିପାରିବେନି ହେଲେ ଆପଣଙ୍କ ଛବିକୁ ବିଗାଡିକୁ ଉଦ୍ୟମ କରିବେ।

ଧନୁ:  ରାଶିର ସ୍ୱାମୀ ଗୁରୁ ଏବେ ସ୍ୱଗୃହରେ ଅବସ୍ଥାନ କରୁଛନ୍ତି। ଯଦିଓ ରାଶି ଉପରେ ଶନିଙ୍କ ଦ୍ୱିତୀୟ ଅଢେୟା ଆରମ୍ଭ ହେବାକୁ ଯାଉଛି ହେଲେ ସ୍ୱାରାଶିସ୍ଥ ବୃହସ୍ପତିଙ୍କ ଯୋଗୁ ଜାତକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଣୁ ଧନୁରାଶି ଜାତକଙ୍କ ଲାଗି ବର୍ଷଟି କାର୍ଯ୍ୟକ୍ଷେତ୍ରରେ ସଫଳତା ଦାୟକ ବର୍ଷ ପ୍ରମାଣିତ ହୋଇପାରେ। ବିଦେଶୀ କମ୍ପାନୀରୁ ଚାକିରୀର ଅଫର ମିଳିପାରେ, ଆୟ ବୃଦ୍ଧି ସାଙ୍ଗକୁ ପ୍ରମୋସନର ବି ଆଶା ରହୁଛି।

ମକର : ରାଶିରେ ଶନିଙ୍କ ଅଢୈୟା ଆରମ୍ଭ ହେବାକୁ ଯାଉଛି। ତେବେ ମକର ରାଶି ଶନିଙ୍କ ଚର ରାଶି ହୋଇଥିବାରୁ ଜାତକ ସେପରି କୌଣସି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ। ଯଦିଓ ବର୍ଷରେ ଏତେ ଲାଭବାନ ହୋଇ ନ ପାରନ୍ତି ତେବେ ଆୟ ହ୍ରାସ ହେବ ନାହିଁ। ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ପଦୋନ୍ନତିର ସମ୍ଭାବନା ରହିଛି।

ମୀନ: ବର୍ଷଟି ବେଶ୍ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଏହି ବର୍ଷଟି ସଫଳତା ଦାୟକ ବର୍ଷ ହୋଇପାରେ। ମାର୍ଚ୍ଚ ଶେଷ ଓ ଜୁନ ମାସ ସୁଦ୍ଧା କାର୍ଯ୍ୟକ୍ଷେତ୍ରରେ ଅନେକ ଶୁଭ ସମାଚାର ମିଳିବାର ଆଶା କରାଯାଉଛି। ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁ ଅନେକ ସମୟରେ ଘରୁ ଦୂରରେ ରହିବାକୁ ପଡିପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.