ଡିସେମ୍ବର ୩୧ରେ ଅବସର ନେବେ ବିପିନ ରାୱତ୍, ଜାଣନ୍ତୁ ନୂଆ ସ୍ଥଳ ସେନାମୁଖ୍ୟ କିଏ ?

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨ :  ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଆଗାମୀ ଡିସେମ୍ବର ୩୧ ତାରିଖରେ ସେନାରୁ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଜେନେରାଲ ମନୋଜମୁକୁନ୍ଦ ନରୱାଣେ ଦେଶର ୨୮ତମ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଗତ ସେପ୍ଟେମ୍ବରରେ ସେ  ସ୍ଥଳସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ବଗ୍ରହଣ କରିଥିଲେ।

{"id":198642,"sizeSlug":"large"}

ଅପରେସନ ଓ କମାଣ୍ଡ ର ଦୀର୍ଘ ଅଭିଜ୍ଞତା ଥିବା ଲେଫ୍ଟନାଣ୍ଟ ଜେନେରାଲ ନରୱାଣେ ବର୍ତ୍ତମାନ ଆର୍ମି ଚିଫ୍‌ଙ୍କ ପରେ ଦ୍ବିତୀୟ ବରିଷ୍ଠ ଅଧିକାରୀ। ଅତୀତରେ ସେ ରାଷ୍ଟ୍ରୀୟ ରାଇଫଲ୍‌ସର ଦାୟିତ୍ବରେ  ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସେ ୧୯୮୦ ମସିହା ଜୁନ୍‌ ମାସରେ ସପ୍ତମ ବଟାଲିୟନରେ ଯୋଗଦେଇଥିଲେ। ତାଙ୍କୁ ପରମ ବିଶିଷ୍ଟ ସେବା ପଦକରେ ବି ସମ୍ମାନୀତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.