Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅନୁଚ୍ଛେଦ ୩୭୦ ହଟିବା ପରେ କାଶ୍ମୀର ଓ ଲଦ୍ଦାଖ ନିମନ୍ତେ ଏହି ବଡଘୋଷଣା କରିପାରନ୍ତି ମୋଦି ସରକାର, ଜାଣନ୍ତୁ କ’ଣ

7/08/2019 at 5:07 PM

ନୂଆଦିଲ୍ଲୀ : କାଶ୍ମୀରକୁ ଅନୁଚ୍ଛେଦ ୩୭୦ରୁ ମୁକ୍ତ କରିସାରିଛନ୍ତି କେନ୍ଦ୍ର ସରକାର। ଏହା ସହ କାଶ୍ମୀର ଓ ଲଦ୍ଦାଖ ନାମରେ ୨ଟି ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ସୃଷ୍ଟି ହୋଇସାରିଥିବା ବେଳେ କେନ୍ଦ୍ରର ମୋଦି ସରକାର ବୁଧବାର କୌଣସି ମୁହୁର୍ତ୍ତରେ ଉଭୟ ପ୍ରଦେଶ ନିମନ୍ତେ ଏହି ବଡ ଘୋଷଣା କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଉଭୟ ପ୍ରଦେଶ ନିମନ୍ତେ ଏବେ କେନ୍ଦ୍ର ସରକାର କ’ଣ ଘୋଷଣା କରିବେ ।

ପ୍ରଥମେ ରାଜ୍ୟ ସଭା ଓ ପରେ ଲୋକସଭାରେ  ଅନୁଚ୍ଛେଦ ୩୭୦ ହଟାଇବାକୁ ସରକାର ବିଧେୟକ ଗୃହୀତ କରିସାରିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇ ବିଧେୟକ ଏବେ ଆଇନରେ ପରିଣତ ହୋଇସାରିଛି। ଅତଃ ଆଇନ ଅନୁସାରେ କାଶ୍ମୀର ଓ ଲଦ୍ଦାଖ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ହୋଇସାରିଥିବାରୁ ଏବେ ଉଭୟ ପ୍ରଦେଶ ଲାଗି ଆଜି ହିଁ କେନ୍ଦ୍ର ସରକାର ଉପରାଜ୍ୟପାଳ (ଲେଫ୍ଟନାଣ୍ଟ ଗଭର୍ଣ୍ଣର)ଙ୍କ ନିଯୁକ୍ତି କରିପାରିନ୍ତି।

ଗତ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ କାଶ୍ମୀରକୁ ପ୍ରଚଳିତ ଅନୁଚ୍ଛେଦ ୩୭୦ରୁ ମୁକ୍ତ କରିବା ଲାଗି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ରାଜ୍ୟସଭାକୁ ସୂଚିତ କରିଥିଲେ। ଏହା ସହ ସଂସଦରେ କାଶ୍ମୀର ପୁନର୍ଗଠନ ବିଧେୟକ ମଧ୍ୟ ଉପସ୍ଥାପିତ କରିଥିଲେ। ଉଚ୍ଚ ସଦନରେ ବିଧେୟକ ୧୨୫-୬୧ ଭୋଟରେ ଗୃହୀତ ହେବା ପରେ ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରାଯାଇଥିଲା।

ବିଧେୟକ ଲୋକସଭାରେ ଗୃହୀତ ହେବା ଶହ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ କରି ଆଇନରେ ପରିଣତ ହୋଇଛି। ଏହା ସହ ‘ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ର ଖଣ୍ଡ (୧) ସହିତ ପଢା ଯାଉଥିବା ଅନୁଚ୍ଛେଦ ୩୭୦ର ଖଣ୍ଡ (୩) ଦ୍ୱାରା ପ୍ରଦତ୍ତ କ୍ଷମତା ଦ୍ୱାରା ରାଷ୍ଟ୍ରପତି ସଂସଦର ସୁପାରିଶ ଆଧାରରେ ୬ ଅଗଷ୍ଟ ୨୦୧୯ରୁ ଅନୁଚ୍ଛେଦ ୩୭୦ର ସମସ୍ତ ଖଣ୍ଡ ରଦ୍ଦ କରିଛନ୍ତି ’ ବୋଲି ଘୋଷଣା କରିଛନ୍ତି। ଏଣୁ ଉଭୟ ପ୍ରଦେଶର ଶାସନ ଲାଗି ଏଲଜିଙ୍କୁ ନିଯୁକ୍ତି କରିବା ଏବେ ସରକାରଙ୍କ ଲାଗି ଜରୁରି ହୋଇପଡିଛି ।   

   Related Posts