Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

କାଶ୍ମୀରରେ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଶିକ୍ଷକ ଦୀପକ ଚାନ୍ଦଙ୍କ ପତ୍ନୀଙ୍କୁ ନିଯୁକ୍ତି ପତ୍ର ଦେଲେ ଉପ-ରାଜ୍ୟପାଳ

8/11/2021 at 3:41 PM

ଶ୍ରୀନଗର ୦୮/୧୧ : କାଶ୍ମୀରରେ ଗତ ମାସରେ ଟାର୍ଗେଟ କିଲିଂର ଶିକାର ହୋଇଥିବା ଶିକ୍ଷକ ଦୀପକ ଚାନ୍ଦଙ୍କ ପତ୍ନୀ ଆରାଧନା ମେହରାଙ୍କୁ ସୋମବାର ଦିନ ଉପ-ରାଜ୍ୟପାଳ ମନୋଜ ସିହ୍ନା ନିଯୁକ୍ତି ପତ୍ର ଦେଇଛନ୍ତି। ଏହାସହ ତାଙ୍କ ପରିବାରକୁ ସବୁ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି। ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

ଶିକ୍ଷକ ଦୀପକ ଚାନ୍ଦଙ୍କ ପରିବାର ଜାମ୍ମୁ ସହରର ରିହାଡିରେ ରୁହନ୍ତି। ଆତଙ୍କବାଦୀଙ୍କ ହମଲାରେ ପ୍ରାଣ ହରାଇବା ପୂର୍ବରୁ ଦୀପକ ଚାନ୍ଦ ନିଜ ମା’ଙ୍କୁ କହିଥିଲେ ଯେ ଯେଉଁଭଳି କାଶ୍ମିରୀ ପଣ୍ଡିତଙ୍କୁ ହତ୍ୟା କରାଯାଉଛି, ସେଥିପାଇଁ ସେ ଦୁଃଖିତ। ଦୀପକଙ୍କ ହତ୍ୟାକୁ ଲୋକେ ଷଡଯନ୍ତ୍ର ବୋଲି କହିଥିଲେ। କାରଣ ଦୀପକଙ୍କ ପରିବାର ମୂଳତଃ କାଶ୍ମୀରର।

୧୯୯୦ ଦଶକରେ ଯେତେବେଳେ କାଶ୍ମୀରରେ ଆତଙ୍କବାଦ ଚରମ ସୀମାରେ ଥିଲା, ସେତେବେଳେ ଦୀପକଙ୍କ ପରିବାର ବିସ୍ଥାପିତ ହୋଇ ଜାମ୍ମୁ ଚାଲି ଆସିଥିଲେ। ୨୦୧୯ରେ କେନ୍ଦ୍ର ସରକାର ପିଏମ ପ୍ୟାକେଜ ଅନୁସାରେ କାଶ୍ମିରୀ ବିସ୍ଥାପିତଙ୍କ ପାଇଁ ଶିକ୍ଷକ ପଦବୀରେ ନିଯୁକ୍ତି କରିଥିଲେ। ଏଥିରେ ଦୀପକ ଚାନ୍ଦ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପୋଷ୍ଟିଙ୍ଗ କାଶ୍ମୀରରେ ହୋଇଥିଲା। ଦୀପକ ଚାନ୍ଦଙ୍କ ପତ୍ନୀ ଓ ତାଙ୍କର ୩ ବର୍ଷର ଝିଅ ମଧ୍ୟ ତାଙ୍କ ସହ ରହୁଥିଲେ।

   Related Posts