କେଜ୍ରିଓ୍ଵାଲ ସରକାରଙ୍କ ନିଷ୍ପତ୍ତି ଉପରେ ବ୍ରେକ୍ ଲଗାଇଲେ ଉପ ରାଜ୍ୟପାଳ, ଏବେ ଦିଲ୍ଲୀରେ ହୋଇ ପାରିବ ସମସ୍ତଙ୍କ ଚିକିତ୍ସା
8/06/2020 at 9:26 PM

ନୂଆଦିଲ୍ଲୀ ୦୮।୦୬: ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ୍ ବୈଜଲ ଦିଲ୍ଲୀ ହସ୍ପିଟାଲରେ କେବଳ ରାଜଧାନୀବାସୀଙ୍କ ଚିକିତ୍ସାକୁ ନେଇ କେଜ୍ରିଓ୍ଵାଲ ସରକାରଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି। ନୂତନ ଆଦେଶ ଅନୁଯାୟୀ ଏବେ କୌଣସି ବି ବ୍ୟକ୍ତି ଦିଲ୍ଲୀର ହସ୍ପିଟାଲରେ ଚିକିତ୍ସା କରାଇ ପାରିବେ। ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀ କ୍ୟାବିନେଟ୍ ରବିବାର ନିଷ୍ପତ୍ତି ନେଇଥିଲେ ଯେ, ଦିଲ୍ଲୀ ସରକାରଙ୍କ ସରକାରୀ ଏବଂ ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହୋଇ ପାରିବ। କିନ୍ତୁ କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ହୋଇ ପାରିବ। କିନ୍ତୁ ଉପ ରାଜ୍ୟପାଳ କେଜ୍ରିଓ୍ଵାଲ ସରକାରଙ୍କ ଏହି ନିଷ୍ପତ୍ତି ଅଗ୍ରାହ୍ୟ କରି ଦେବାରୁ ଏବେ ଦିଲ୍ଲୀରେ ସଭିଙ୍କ ଚିକିତ୍ସା ହୋଇ ପାରିବ।
ରବିବାର ଅପରାହ୍ନରେ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦିଲ୍ଲୀକୁ ବାହାର ଲୋକଙ୍କ ଆଗମନ ଫଳରେ ଦିଲ୍ଲୀବାସୀଙ୍କୁ ଚିକିତ୍ସା କ୍ଷେତ୍ରରେ ହଇରାଣ ହେବାକୁ ପଡୁଛି। ତେଣୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ, ଦିଲ୍ଲୀରେ ବର୍ତ୍ତମାନ ସରକାରୀ କିମ୍ବା ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କୁ ହିଁ ଚିକିତ୍ସା ମିଳିବ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ହସ୍ପିଟାଲ ସଭୀଙ୍କ ଲାଗି ଖୋଲା ରହିବ। ମାତ୍ର ଏବେ ଏହି ନିଷ୍ପତ୍ତିକୁ ଉପ ରାଜ୍ୟପାଳ ଓଲଟାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ ଦିଲ୍ଲୀ ସରକାର ଅନ୍ତର୍ଗତ ଆସୁଥିବା ହସ୍ପିଟାଲ ଓ ଦିଲ୍ଲୀର ଘରୋଇ ହସ୍ପିଟାଲଗୁଡିକରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ। କେଜ୍ରିଓ୍ଵାଲ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବ୍ରେକ୍ ଲଗାଇ ଉପ ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିଭାଗ ଓ ଅଧିକାରୀଙ୍କୁ କୋଭିଡ୍-୧୯ ଟେଷ୍ଟିଂ ସମ୍ବନ୍ଧିତ ମେ ୧୮ରେ ଜାରି ICMR ଗାଇଡ୍ଲାଇନ୍ର ପାଳନ ସୁନିଶ୍ଚିତ କରୁ।