L&Tକୁ ମିଳିଲା ୨୫ ହଜାର କୋଟି ଟଙ୍କାର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ୪ ବର୍ଷରେ ନିର୍ମିତ ହେବ ୪୭ ପ୍ରତିଶତ ହାଇସ୍ପିଡ ରେଲ କରିଡର

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ଦେଶର ପ୍ରଥମ ହାଇସ୍ପିଡ୍ ରେଲ କରିଡର ଲାଗି ଟେଣ୍ଡର ଇଞ୍ଜିନିୟରିଂ ମେଜର ଲାର୍ସନ ଏଣ୍ଡ ଟୁର୍ବୋ (ଏଲଏଣ୍ଡଟି)କୁ ମିଳିଛି। ଏହି କରିଡରର ଗୋଟିଏ ଅଂଶ ନିର୍ମାଣ ଲାଗି ଏଲଏଣ୍ଡଟିକୁ ୨୫ ହଜାର କୋଟି ଟଙ୍କାର ଅର୍ଡର ମିଳିଛି। କିଛି ସମୟ ପୂର୍ବରୁ ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟାକାରୀ ଓ ପରିଚାଳନା ନିର୍ଦ୍ଦେଶକ ଏସ୍.ଏନ୍. ସୁବ୍ରମଣ୍ୟମ ସୂଚନା ଦେଇଥିଲେ। ସେ କହିଥିଲେ ଯେ ତାଙ୍କ କମ୍ପାନୀ ସବୁଠୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରାକ୍ଟ କେନ୍ଦ୍ରସରକାରଙ୍କ ଠାରୁ ହାସଲ କରିଛି। ଗୁରୁବାର କମ୍ପାନୀକୁ କଣ୍ଟ୍ରାକ୍ଟ ମିଳିଯାଇଛି। ସେହି ଅନୁସାରେ କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ୪ ବର୍ଷ ମଧ୍ୟରେ ସରକାରଙ୍କୁ ହସ୍ତାନ୍ତର କରିବ।

{"id":353069,"sizeSlug":"large"}

୨୩୭ କି.ମି ଦୀର୍ଘ କରିଡରର ହେବ ନିର୍ମାଣ
ଏହି ହାଇସ୍ପିଡ ରେଳ ପ୍ରକଳ୍ପରେ କମ୍ପାନୀ ଗୁଜରାଟର ବାପିରୁ ବଡଦୋରା ପର୍ଯ୍ୟନ୍ତ ପ୍ରକଳ୍ପର ୪୭ ପ୍ରତିଶତ କାର୍ଯ୍ୟ କରିବ। ଯେଉଁଥିରେ କମ୍ପାନୀ ୪ଟି ଷ୍ଟେସନ ବାପି, ସୁରଟ, ଭରୁଚ୍ ଓ ବିଲ୍ଲିମୋରାର ନିର୍ମାଣ କରିବ। ଏହା ଛଡା ପ୍ରକଳ୍ପରେ ୨୪ଟି ନଦୀ, ୩୦ଟି ରୋଡ କ୍ରସିଂ ଉପରେ ରେଳ ପ୍ରକଳ୍ପ ନିର୍ମାଣ କରିବ। ମୋଟ ଉପରେ କମ୍ପାନୀ ୨୩୭ କିଲୋମିଟର ଦୂର ପର୍ଯ୍ୟନ୍ତ ହାଇସ୍ପିଡ ରେଳ କରିଡରର ଡିଜାଇନ ଓ ନିର୍ମାଣ କରିବ।

{"id":353072,"sizeSlug":"large"}

ଗତମାସରେ ଖୋଲିଥିଲା ଟେଣ୍ଡର
ଗତ ସେପ୍ଟେମ୍ବର ମାସରେ ନ୍ୟାସନାଲ ହାଇସ୍ପିଡ ରେଲ କର୍ପୋରେସନ ଲିମିଟେଡ(ଏନଏଚ୍ଏସ୍ଆରସିଏଲ୍) ୧.୦୮ଲକ୍ଷ କୋଟି ଟଙ୍କାର ଅହମ୍ମଦାବାଦ-ମୁମ୍ବାଇ ଦେଶର ପ୍ରଥମ ହାଇସ୍ପିଡ ରେଲ କରିଡର ପ୍ରକଳ୍ପ ଲାଗି ଟେଣ୍ଡର ଖୋଲିଥିଲେ। ୫୦୮ କିଲୋମିଟର ଦୀର୍ଘ ପ୍ରକଳ୍ପ ଲାଗି ୭ କମ୍ପାନୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା।

{"id":353070,"sizeSlug":"large"}

ସୃଷ୍ଟି ହେବ ୯୦ ହଜାରରୁ ଅଧିକ ରୋଜଗାରର ସୁଯୋଗ
ଏହି ମହତ୍ୱାକାଙକ୍ଷୀ ରେଳ ପ୍ରକଳ୍ପ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେଙ୍କ ସହ ସେପ୍ଟେମ୍ବର ୨୦୧୭ରେ ଶିଳାନ୍ୟାସ କରିଥିଲେ। ଏହି ରେଳ ପ୍ରକଳ୍ପକୁ ଜାପାନୀ ଇ-୫ ସିଙ୍କସନ ବୈଷୟିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଏଣୁ ପ୍ରକଳ୍ପ ନିର୍ମାଣ କାଳରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.