Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଫେବ୍ରୁଆରୀ ୧ରେ ସ୍ଥଳସେନାର ଉପ- ସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି

28/01/2021 at 11:20 AM

ନୂଆଦିଲ୍ଲୀ,୨୮/୦୧:   ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପ- ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ । ଏଠାରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନିଜର ୩୮ ବର୍ଷର କ୍ୟାରିଅରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ସେ ଫ୍ରଣ୍ଟ୍ ଲାଇନ୍‌ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆହୁରି ମଧ୍ୟ ଜାମ୍ମୁ-କାଶ୍ମୀରର ଏଲଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ ସୂଚାର ରୂପେ କାର୍ଯ୍ୟ କରିବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ସେ ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ମଧ୍ୟ ନେଇଥିଲେ।

ଚୀନ ସଂଲଗ୍ନ ଏଲଏସିକ ପ୍ରଥମ ଦୁଇ ବ୍ରିଗେଡ୍ କମାଣ୍ଡ ସମ୍ଭାଳିବାର ଉପଲବ୍ଧି ହାସଲ କରିଛନ୍ତି। ସେ କଙ୍ଗୋ ବହୁରାଷ୍ଟ୍ରୀୟ ଜାତିସଂଘର ବ୍ରିଗେଡ୍ ପ୍ରମୁଖ ଭାବେ ମନୋନୀତ ହୋଇଛନ୍ତି। ସେଠାରେ ସେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧରେ ଅନେକ ଅପରେସନର ସଫଳତାପୂର୍ବକ ନେତୃତ୍ଵ ନେଇଛନ୍ତି। ଏତିକିରେ ତାଙ୍କର ପରାକ୍ରମର କାହାଣୀ ଅଟକି ନାହିଁ । ୨୦୧୪ରେ ଜାତିଗତ ହିଂସାକାଣ୍ଡ ତୁରନ୍ତ ପରେ କାଉଣ୍ଟର ଏମରଜେନ୍ସି ଅପରେସନରେ ଆସାମରେ ଏକ ଡିଭିଜନର କମାଣ୍ଡ ସମ୍ଭାଳିଛନ୍ତି। ଏହି ଡିଭିଜନ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ଅନେକ ସଫଳ ଅପରେସନ କରିଛି। ଏହା ଆସାମରେ ଶାନ୍ତି ଫେରାଇ ଆଣିବା ଦିଗରେ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ  ହୋଇଥିଲା ।

ଏତତ୍ ବ୍ୟତୀତ,  ନୂଆଦିଲ୍ଲୀ ଆର୍ମି ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟ୍ରାଟେଜିକ ମୁଭମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସମ୍ମାନଜନକ ପଦବୀରେ ସେ ନିଯୁକ୍ତ ହୋଇଥିଲେ। ଜେନେରାଲ ମହାନ୍ତି ସିକ୍କିମର ଡୋକଲାମରେ ୨୦୧୮ରେ ଚୀନ ସହ ଦୀର୍ଘ ଦିନ ଧରି ଜାରି ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ସେନାର କମାଣ୍ଡାଣ୍ଟ ପଦରେ ରହି ସମସ୍ୟାର ସମାଧାନ ଦିଗରେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ ।

   Related Posts