ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ପରବର୍ତ୍ତି ଉପ ସେନା-ମୁଖ୍ୟ

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ,୧୮/୦୧ ଭାରତ ନିଜର ପରବର୍ତ୍ତି ସିଡିଏସଙ୍କ ନିଯୁକ୍ତିକୁ ଅପେକ୍ଷା କରି ରହିଛି । ଜେନେରାଲ ବିପିନ ରାୱତଙ୍କ ନିଧନର ଏକ ମାସ ପରେ ବି କେନ୍ଦ୍ର ସରକାର ନୂଆ ସିଡିଏସଙ୍କ ନିଯୁକ୍ତିକୁ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ, ଏହା ଭିତରେ ସ୍ଥଳସେନାର ଅନ୍ୟ ନିଯୁକ୍ତି ଗୁଡିକ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତି ଉପ ସେନା-ମୁଖ୍ୟ । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକରାଙ୍କ ନିଷ୍ପତ୍ତି ନେଇଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କ ଏହି ପଦରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି। ଏହାସହ ସେ ବର୍ତ୍ତମାନ ଉପ ସେନା ମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ଜାନୁଆରୀ ୩୧ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଅବସର ଗ୍ରହଣ କରିବେ ।

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୯୮୨ ମସିହାରେ କୋର ଅଫ ଇଞ୍ଜିନୟରର୍ସରେ ନିଯୁକ୍ତି ମିଳିଥିଲା। ଦେଶ ପାଇଁ ନିଜର ୩୭ ବର୍ଷର ବିଶିଷ୍ଟ ସେବା ମଧ୍ୟରେ ଅପରେସନ ବିଜୟ ଏବଂ ଅପରେସନ ପରାକ୍ରମରେ ସକ୍ରିୟ ରୁପେ ଅଂଶଗ୍ରହଣ କରିଥିଲେ । ଗତ ବର୍ଷ ଜୁନ ୧ରେ ସେ ସେନାର ପୂର୍ବ କମାଣ୍ଡର ନୂଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେନାର ଏହି କମାଣ୍ଡ ପୂର୍ବୋତ୍ତର ରାଜ୍ୟ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଚୀନ ସହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ମୁତୟନ ହୋଇଥାନ୍ତି। ଏହାର ମୁଖ୍ୟାଳୟ କୋଲକାତାରେ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.