ସୁନ୍ଦରଗଡର ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ବାଳଙ୍କ ଗାଡିକୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | April 05, 2019 IST

ରାଉରକେଲା ୫|୪: ସୁନ୍ଦରଗଡର ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ବାଳଙ୍କ ଗାଡିକୁ ଅଟକ ରଖିଲା ପୋଲିସ । ବିନା ପୋଲିସ ଅନୁମତିରେ ବୈଠକ କରୁଥିବାରୁ ପୋଲିସ ତାଙ୍କ ଗାଡିକୁ ଅଟକ ରଖିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ସହ ବୀରମିତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ମକୁଲ ଏକ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି ।

{"id":100443}

ସୂଚନାଯୋଗ୍ୟ ଯେ, ନୂଆଗାଁ ବ୍ଲକ୍ ପୁରୁଣାପାଣିରେ ବୈଠକ କରିବାକୁ ହାତୀବାରି ଦେଇ ଯାଉଥିଲେ । ବୀରମିତ୍ରପୁର ଓ ହାତୀବାରି ଦେଇ ରୋଡ ଶୋ ପୁରୁଣା ପାଣି ଛକରେ ପଂହଚିବା ମାତ୍ରେ ସେଠାରେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ଅନୁମତି ପତ୍ର ମାଗିଥିଲେ । କିନ୍ତୁ ସୁନୀତା ବିଶ୍ବାଳ କିମ୍ବା ତାଙ୍କ ପ୍ରତିନିଧି ତାହା ଦେଖାଇପାରି ନଥିଲେ । ତେଣୁ ପୋଲିସ ସେମାନଙ୍କ ଗାଡି ଓ ସେମାନଙ୍କୁ ଅଟକାଇଥିଲା । ଅପରପକ୍ଷରେ ସୁନୀତା କହିଛନ୍ତି ଯେ, ଗତକାଲି ଉପଜିଲ୍ଲାପାଳ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.