Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭଦ୍ରକ ଅସୁରା ନିକଟରେ ଏଲପିଜି ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା, ୧କିମି ଯାଏଁ ବ୍ୟାପିଗଲାଣି ଗ୍ୟାସ, ନିକଟସ୍ଥ ଗାଁରେ ରୋଷେଇ ନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

8/03/2019 at 8:12 PM

ଭଦ୍ରକ ୮/୩- ଭଦ୍ରକ ବାଲେଶ୍ଵର ଜାତୀୟ ରାଜପଥ ଅସୁରା ନିକଟରେ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଉଭୟ ପଟରୁ ଅଟକି ରହିଛି ହଜାର ହଜାର ଯାନବାହାନ । ଅନୁଧ୍ୟାନ କରିବାକୁ  ଘଟଣାସ୍ଥାଳରେ ପହଂଚିଥିଲେ ଜିଲ୍ଲାପାଳ ।

କଟକରୁ ବାଲେଶ୍ଵର  ଅଭିମୁଖେ ଯାଉଥିଲା ଏକ ଇଣ୍ଡେନ ଗ୍ୟାସ  ବୋଝେଇ ଟ୍ୟାଙ୍କର  । ଭାରସାମ୍ୟ ହରାଇବା କାରଣରୁ ଟ୍ୟାଙ୍କରଟି ଅପରପାଶ୍ଵରେ ବୀପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ହୋଇଛି ଧକ୍କା । ଫଳରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇ ସାରା ଅଂଚଳରେ ଆତଙ୍କ ଖେଳାଇଦେଇଛି । ଏହି ଗ୍ୟାସ ପ୍ରାୟ ୧କିମି ଯାଏଁ ବ୍ୟାପି ଯାଇଥିବା କାରଣରୁ ନିକଟସ୍ଥ ଗ୍ରାମବାସୀ ହୋଇପଡ଼ିଛନ୍ତି ଛାନିଆ । ଏହି କାରଣରୁ ଘରେ ରୋଷେଇ ନକରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ଟ୍ୟାଙ୍କରରୁ ବାହାରୁଥିବା ଗ୍ୟାସକୁ ନିୟନ୍ତ୍ରଣକୁ ଆଣିବାକୁ ବାଲେଶ୍ଵରରୁ ଏକ୍ସପର୍ଟ ଟିମ ଆସୁଥିବାର ଜଣାଯାଇଛି ।

   Related Posts