Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବଜେଟ ପୂର୍ବରୁ ଆସିଲା ଖୁସୀ ଖବର: ଏଲପିଜି ସିଲିଣ୍ଡର ଦର କମିଲା

31/01/2019 at 7:32 PM

ନୂଆଦିଲ୍ଲୀ୩୧।୧:  ଆସନ୍ତା କାଲି ବଜେଟ ଉପସ୍ଥାପନ ହେବା ପୂର୍ବରୁ ସବୁଠୁ ବଡ ତୈଳ କମ୍ପାନୀ ଆଇଓସିଏଲ ଆଜି ଏଲପିଜି ଦର ହ୍ରାସ କରିଛି । ଆଇଓସିଏଲ ନୂଆ ସଂଶୋଧିତ ଦର ତାଲିକା ଜାରି କରିଛି । ସବସିଡି ଥିବା ସିଲିଣ୍ଡର ଉପରେ ୧ଟଙ୍କା ୪୬ ପଇସା ହ୍ରାସ କରାଯାଇଥିବା ବେଳେ ସବସିଡି ନଥିବା ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ କରାଯାଇଛି ।  

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ଦରହ୍ରାସ ଏବଂ ମୁଦ୍ରା ବିନିମୟ ସ୍ଥିତିରେ ଉନ୍ନତି ଆସିବା ଯୋଗୁଁ ଏହି ହ୍ରାସ ସମ୍ଭବ ହୋଇଛି। ଏହି ନୂଆ ସଂଶୋଧନ ପରେ ଅଣ ସବସିଡି ସିଲିଣ୍ଡର ଦର ହ୍ରାସ ପାଇ ୬୫୯ ଟଙ୍କା ହେବ(ଦିଲ୍ଲୀ) । ପୂର୍ବରୁ ଏହା ୬୮୯ ଟଙ୍କା ଥିଲା । ସେହିଭଳି ସବସିଡି ସିଲିଣ୍ଡର ୪୯୩ ଟଙ୍କା.୫୩ ପଇସାକୁ ହ୍ରାସ ପାଇଛି । ପୂର୍ବରୁ ଏହା ୪୯୪ ଟଙ୍କା ୯୯ ପଇସା ଥିଲା ।

   Related Posts