ହ୍ରାସ ପାଇଲା ଏଲପିଜି ସିଲିଣ୍ଡର ଦର; ଆଜିଠାରୁ ନୂଆ ଦର ଲାଗୁ

Published By : Prameya-News7 Bureau | December 01, 2018 IST

ଏଲପିଜି ଗ୍ୟାସ ସିଲିଣ୍ଡର ଦର କମିଯିବାରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି | ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ଯୋଗୁଁ ଶୁକ୍ରବାର ଦିନ ଏଲପିଜି ଦର ୬.୫୨ ଟଙ୍କା ସିଲିଣ୍ଡର ପିଛା କମିଛି | ସବସିଡି ନଥିବା ସିଲିଣ୍ଡର ପିଛା ୧୩୩ ଟଙ୍କା ହ୍ରାସ ପାଇଛି | ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ମୁତାବିକ, ସବସିଡିରେ ମିଳୁଥିବା ୧୪.୨ ଓଜନର ସିଲିଣ୍ଡର ପାଇଁ ଏନସିଆରରେ ୫୦୦.୯୦ ଟଙ୍କା ଦେବାକୁ ପଡିବ | କିନ୍ତୁ ପ୍ରଥମେ ଉପଭୋକ୍ତାଙ୍କୁ ୫୦୭.୪୨ ଟଙ୍କା ଦେବାକୁ ହେବ | ନୂଆ ଦର ଆଜିଠାରୁ ଲାଗୁ ହେବ | ସୂଚନାଯୋଗ୍ୟ ଯେ, ଗତ ଜୁନ ମାସ ଠାରୁ ଏପିଲିଜି ଦର ଲଗାତାର ବଢ଼ିବାରେ ଲାଗିଥିଲା | ୬ ମାସ ପରେ ପ୍ରଥମ ଥର ପାଇଁ ବର୍ତ୍ତମାନ ଏଲପିଜି ଦର ହ୍ରାସ ପାଇଛି | ଏହା ପୂର୍ବରୁ ସିଲିଣ୍ଡର ପିଛା ୧୪.୧୩ ଟଙ୍କା ବୃଦ୍ଧି ପାଇଥିଲା | ଗତ ୬ ସପ୍ତାହ ହେଲା ପେଟ୍ରୋଲ ଦର ୯.୬ ଟଙ୍କା ଏବଂ ଡିଜେଲ ଦର ୭.୫୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.