Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବଢିଲା LPG ସିଲିଣ୍ଡର ଦର! ଜାଣନ୍ତୁ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ କେତେ?

3/12/2020 at 5:16 PM

ନୂଆଦିଲ୍ଲୀ ୩।୧୨:  ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଗୁରୁବାର ବିନା ସବସିଡି ଗ୍ୟାସ୍ ମୂଲ୍ୟ ବୃଦ୍ଧି କରିଛନ୍ତି। ଫଳରେ ସାରା ଦେଶରେ ବିନା ସବସିଡି ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ୫ ମାସ ପରେ ଆଇଓସି ଏହି ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। କମ୍ପାନୀ ଶେଷ ଥର ଜୁଲାଇ ମାସରେ ଗ୍ୟାସ୍ ଦର ପରିବର୍ତ୍ତନ କରିଥିଲେ। ଏହା ପୂର୍ବରୁ ପ୍ରତିମାସରେ ଗ୍ୟାସ୍‌ ଦର ନିର୍ଦ୍ଧାରିତ ହେଉଥିଲା।

ଆଇଓସିଙ୍କ ଅନୁସାରେ ଗ୍ୟାସ୍‌ ମୂଲ୍ୟ ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀମାନେ ନିର୍ଦ୍ଧାରିତ କରନ୍ତି । କୋଭିଡ-୧୯ ମହାମାରୀ ଲାଗି ରାଜ୍ୟ ସଞ୍ଚାଳିତ ତୈଳ କମ୍ପାନୀ ଏବେ ଗୁରୁତର ଚାପରେ ଅଛନ୍ତି। ଏଣୁ ଡିସେମ୍ବର ମାସରେ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। କୋଭିଡ ଯୋଗୁ ଗତ ସେପ୍ଟେମ୍ବର ମାସରୁ ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡରରେ କମ୍ପାନୀମାନେ ସବସିଡି ସମାପ୍ତ କରିଦେଇଛନ୍ତି।

ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପରେ ଦିଲ୍ଲୀରେ ପ୍ରତି ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ମୂଲ୍ୟ ୬୪୪ ଟଙ୍କାରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗରେ ଏପରି ଗ୍ୟାସର ଦର ୬୭୦ଟଙ୍କା ୫୦ ପଇସାରେ ମିଳିବାକୁ ଥିବା ବେଳେ ମୁମ୍ବାଇରେ ଏବେ ୬୪୪ ଟଙ୍କା ଦରରେ ଉପଲବ୍ଧ ହେବ।

   Related Posts