ସାବଧାନ ! ଉତ୍ସବ ଋତୁରେ ମିଳିନପାରେ ରୋଷେଇ ଗ୍ୟାସ୍, ଆଗରୁ କରନ୍ତୁ ବ୍ୟବସ୍ଥା

Published By : Prameya-News7 Bureau | September 27, 2019 IST

ନୂଆଦିଲ୍ଲୀ:  ନବରାତ୍ର ସହ ଦେଶରେ ଆରମ୍ଭ ହେବାକୁ ଯାଉଛି ଦଶହରା। ପୂଜା ଲାଗି ଘରେ ଘରେ ବନ୍ଧୁବାନ୍ଧବଙ୍କ ଆସର ଜମିବ। ଏଥିଲାଗି ସ୍ୱାଦିଷ୍ଟ ବ୍ୟଞ୍ଜନ ବି ରନ୍ଧା ଯିବ। ହେଲେ ରୋଷେଇ ଗ୍ୟାସ୍ ନ ମିଳିଲେ ଏତେ ସବୁ କଥା କିପରି ହେବ? ଶୁଣିବାକୁ ମିଳୁଛି ପୂଜା ବେଳେ ଏଲପିଜି ଗ୍ୟାସ୍ ଯୋଗାଣ ବ୍ୟହତ ହୋଇପାରେ। ଏଣୁ ପୂଜା ଲାଗି ଆଗରୁ ରୋଷେଇ ଲାଗି ଗ୍ୟାସ ଯୋଗାଡ କରି ରଖନ୍ତୁ। ନଚେତ ହଇରାଣରେ ପଡି ପାରନ୍ତି।

{"id":163542,"width":580,"height":436}

ସାଉଦି ଆରବର ଆରାମକୋ ଫ୍ୟାସେଲିଟି ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା। ଫଳରେ ୨ଟି ଫ୍ୟାସେଲିଟିରେ ଭିଷଣ ଅଗ୍ନିକାଣ୍ଡ ହେବା ଯୋଗୁ ଏବେ ଗ୍ୟାସ୍ ମିଳିବାରେ ବିଳମ୍ବ ହୋଇ ପାରେ ବୋଲି ଆଶଙ୍କା କରାଗଲାଣି। ତେବେ ଦେଶରେ ଏହି ଇନ୍ଧନ ସଙ୍କଟ କେତେବେଳେ ହେବ ଯେତେବେଳେ ଦେଶରେ ଉତ୍ସବର ଋତୁ ଚାଲିଥିବ। ଏଣୁ ଏଲପିଜି ବଟଲ ଯୋଗାଡ କରିବା ଏବେ ଚିନ୍ତାର କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି। ଗୋଟିଏ ପଟେ ପିଆଜ ସଙ୍କଟ ଦୂର ହୋଇ ନଥିବା ବେଳେ ଏଲପିଜି ଦେଶବାସୀଙ୍କ ଲାଗି ନୂଆ ସଙ୍କଟ ହୋଇ ଉଭା ହୋଇପାରେ।

{"id":163543}

ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ ମଧ୍ୟ ଏହି ଅଭାବକୁ ସ୍ୱୀକାର କରିଛନ୍ତି। ତେବେ ଦୀପାବଳି ପୂର୍ବରୁ ଦେଶରେ ଏଲପିଜି ସଙ୍କଟ ଦୂର ହୋଇଯାଇପାରେ ବୋଲି ସମସ୍ତେ ଆଶାବ୍ୟକ୍ତ କରୁଛନ୍ତି। ଆଇଓସିଏଲ ଅଧ୍ୟକ୍ଷ ସଞ୍ଜୀବ ଚୌହାନ ଅକ୍ଟୋବରରେ ମିଳିବାକୁ ଥିବା କେତେକ ସିପମେଣ୍ଟ ବିଳମ୍ବରେ ଆସିବ ବୋଲି କହିଛନ୍ତି। ତେବେ ଅତିରିକ୍ତ ଏଲପିଜି ଲାଗି ଏବେ ଉଦ୍ୟମ କରାଯାଉଥିବା ଚୌହାନ କହିଛନ୍ତି। ତେବେ ଏହା ସେଭଳି କୌଣସି ବଡ ସଙ୍କଟ ନୁହେଁ ବୋଲି ଚୌହାନ କହିଛନ୍ତି।

{"id":163544,"width":582,"height":367}

ଉପୁଜିଥିବା ପରିସ୍ଥିତିରେ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ ଭାରତକୁ ୨ଟି ଅତିରିକ୍ତ ସିପମେଣ୍ଟ ଦେବାକୁ ଉଦ୍ୟମ କରୁଛି। ଉଭୟ କାର୍ଗୋ ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତକୁ ଆସିଯିବ ବୋଲି ଆଶା କରାଯାଉଛି। ବିଶ୍ୱରେ ଭାରତ ଏଲପିଜିର ଦ୍ୱିତୀୟ ବଡ ଆମଦାନୀକାରୀ ରାଷ୍ଟ୍ର। ଦେଶର ଅର୍ଧାଧିକ ଆବଶ୍ୟକତା ଭାରତ ସାଉଦୀଆରବ, କତାର, ଓମାନ ଓ କ୍ୱେତ ଆଦି ଦେଶରୁ ପୁରଣ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.