ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଏଥର ଗ୍ୟାସ ଲିକ ହେଲେ ୩ ସେକେଣ୍ଡ ମଧ୍ୟରେ ମୋବାଇଲକୁ ପଳେଇ ଆସିବ ମେସେଜ; ଅଷ୍ଟମ ଶ୍ରେଣୀ ଛାତ୍ର ତିଆରି କରିଛନ୍ତି ସ୍ୱତନ୍ତ୍ର ଯନ୍ତ୍ର

7/12/2018 at 3:44 PM

ଧାନବାଦ ୭/୧୨ : ରୋଷେଇ ଘରେ ଏଲପିଜି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହେଲେ ଏବେ ମୋବାଇଲକୁ ପ୍ରତି ୩ ସେକେଣ୍ଡରେ ଠାରେ ଆଲର୍ଟ ମେସେଜ ଆସିବ | କେବଳ ସେତିକି ନୁହେଁ, ଘରେ ଥିବା ବିଜୁଳି ଉପକରଣ ସହିତ ଲାଗିଥିବା ଏମସିବି ମଧ୍ୟ ଡାଉନ ହୋଇଯିବ | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଗ୍ୟାସ ଲିକ ହେଲା ମାତ୍ରେ ଗ୍ୟାସ ସିଲିଣ୍ଡରର ରେଗୁଲେଟର ମନକୁ ବନ୍ଦ ହୋଇଯିବ | ତେବେ ଏହି ଟେକନିକ କୌଣସି ଆଇଆଇଟି ଛାତ୍ର ବାହାର କରିନାହାନ୍ତି | ବରଂ ଏହି ଟେକନିକ ବାହାର କରିଛନ୍ତି ସ୍କୁଲ ଛାତ୍ର | କୋଇଲାନଗର ସ୍ଥିତ ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଵିଶାଲ ରଞ୍ଜନ ଏହି ଏଲପିଜି ଗ୍ୟାସ ଲିକ ଡ଼ିଟେକ୍ଟର ତିଆରି କରିଛନ୍ତି | ଏହି ଟେକନିକକୁ ବର୍ତ୍ତମାନ ଆମେରିକାରେ ଆୟୋଜିତ ଅନ୍ତର୍ଜାତୀୟ ଶୋକେଶରେ ପ୍ରସ୍ତୁତ କରାଯିବାର ଯୋଜନା ହେଉଛି |

ନୀତି ଆୟୋଗର ଅଟଳ ଇନୋଭେସନ ମିଶନ ତରଫରୁ ନୂଆଦିଲ୍ଲୀ ମାନେକଶବ ଅଡିଟୋରିୟମରେ ମେକ ଟୁମରୋ ଫର ଫ୍ୟୁଚର ଇନୋଭେସନ ଜେନେରେସନ ବିଷୟ ଉପରେ ରାଷ୍ଟ୍ରୀୟ ଶୋକେଶର ଆୟୋଜନ କରାଯାଇଥିଲା | ଅନ୍ତରାଷ୍ଟ୍ରୀୟ ଶୋକେଶ ଵିଶାଲ ରଞ୍ଜନଙ୍କ ପ୍ରୋଜେକ୍ଟ ସହିତ ଟୋଟାଲ ୧୦ଟି ପ୍ରୋଜେକ୍ଟ ଚୟନ କରିଛନ୍ତି |
ଅଷ୍ଟମ ଶ୍ରେଣୀ ଛାତ୍ର ଵିଶାଲ ରଞ୍ଜନ କହିଛନ୍ତି ଯେ, କେତେବେଳେ ସିଲିଣ୍ଡରରୁ ତ କେତେବେଳେ ଗ୍ୟାସ ପାଇପରୁ ଗ୍ୟାସ ଲିକ ହୋଇଥାଏ | ଏଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିବ ସୁନିଶ୍ଚିତ ହୋଇଥାଏ | କିନ୍ତୁ ସେ ତିଆରି କରିଥିବା ଯନ୍ତ୍ର ମାଧ୍ୟମରେ ଗ୍ୟାସ ଲିକ ହେବା ମାତ୍ରେ ସର୍ବ ପ୍ରଥମେ ଗ୍ୟାସ ସିଲିଣ୍ଡରରେ ଥିବା ରେଗୁଲେଟର ବନ୍ଦ ହୋଇଯାଇଥାଏ | ଏହି ଯନ୍ତ୍ର ମେନ ସୁଇଚ ସହ ଲାଗିଥିବା ଏମସିବିକୁ ଡାଉନ କରିଦେଇଥାଏ | ଏହା ଦ୍ୱାରା ସମ୍ପୂର୍ଣ ଘରର ବିଜୁଳି କାଟି ଯାଇଥାଏ | ଫଳରେ ଗ୍ୟାସ ବିଜୁଳି ସଂସ୍ପର୍ଶରେ ଆସିପାରିନଥାଏ | ଏହାସହ ଏହି ଯନ୍ତ୍ର ୩ ସେକେଣ୍ଡ ମଧ୍ୟରେ ଆପଣଙ୍କ ମୋବାଇଲକୁ ଏକ ଆଲର୍ଟ ମେସେଜ ମଧ୍ୟ ଦେଇଥାଏ | ମେସେଜ ପାଇବା କହେନି ଆପଣ ଏହାକୁ ଠିକ କରିପାରିବେ |


ଵିଶାଲ ରଞ୍ଜନଙ୍କ ବାପା ହରେନ୍ଦ୍ର କୁମାର ସିଂହ ସିଏମପିଏଫରେ ଚାକିରୀ କରନ୍ତି ଏବଂ ତାଙ୍କ ମା ଜଣେ ଗୃହିଣୀ | ବିଶାଳ ନିଜ ବାପା ମାଙ୍କ ସହ ସିଏମପିଏଫ କଲୋନୀରେ ରୁହନ୍ତି |

   Related Posts