Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସାଧାରଣ ଜନତାଙ୍କୁ ଝଟ୍‌କା : ୧୧୦ ଟଙ୍କା ମହଙ୍ଗା ହେଲା ଏଲପିଜି ସିଲିଣ୍ଡର୍

1/06/2020 at 9:53 AM

ନୂଆଦିଲ୍ଲୀ ୦୧/୦୬ : କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ ୫.୦ ର ପ୍ରଥମ ଦିନରେ ହିଁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି | ଦେଶର ତୈଳ ବଜାର ଏଚପିସିଏଲ, ବିପିସିଏଲ, ଆଇଓସି (HPCL,BPCL, IOC) ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି | ୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ଦିଲ୍ଲୀରେ ୧୧ ଟଙ୍କା ୫୦ ପଇସା ମାହାଙ୍ଗା ହୋଇଛି | ବର୍ତ୍ତମାନ ଶିଲିଂରେଡ୍ର ଦାମ ବୃଦ୍ଧି ପାଇ ୫୯୩ ଟଙ୍କା ହୋଇଛି | ଅନ୍ୟ ସହରରେ ଘରୋଇ ସିଲିଣ୍ଡର ଦାମ ଆଜିଠାରୁ ବୃଦ୍ଧି କରାଯାଇଛି | କୋଲକାତାରେ ୩୧ ଟଙ୍କା ୫୦ ପଇସା, ମୁମ୍ବାଇରେ ୧୧ ଟଙ୍କା ୫୦ ପଇସା, ଚେନ୍ନାଇରେ ୩୭ ଟଙ୍କା ମହଙ୍ଗା ହୋଇଛି | ମେ ମାସରେ ୧୬୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା | ଅପରପକ୍ଷରେ ୧୯ କିଲୋଗ୍ରାମ ସିଲିଣ୍ଡର ଦାମ ୧୧୦ ଟଙ୍କା ବୃଦ୍ଧି ପାଇ ୧୧୩୯ ଟଙ୍କା ୫୦ ପଇସା ହୋଇଛି |

ଆଇଓସି ୱେବସାଇଟରେ ଦିଆଯାଇଥିବା ଦାମ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ୫୯୩ ଟଙ୍କା ହୋଇଛି |

କୋଲକାତାରେ ୬୨୬ ଟଙ୍କା, ମୁମ୍ବାଇରେ ୫୯୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୬୦୬ ଟଙ୍କା ୫୦ ପଇସା ହୋଇଛି |

   Related Posts