Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ସାଧାରଣ ଜନତାଙ୍କୁ ଝଟ୍‌କା: ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

1/03/2021 at 11:32 AM

ନୂଆଦିଲ୍ଲୀ ୦୧/୦୩ : ଦର ଦାମ ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି। ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି। ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି। ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି। ଦର ଦାମ ବୃଦ୍ଧି ତା ସାଙ୍ଗକୁ ସିଲିଣ୍ଡର ଦାମ ବୃଦ୍ଧି ଯୋଗୁଁ ଚିନ୍ତାରେ ଉପଭୋକ୍ତା। ଏହା ପୂର୍ବରୁ ଫେବୃଆରୀ ୪ ତାରିଖରେ ୨୫ ଟଙ୍କା, ୧୪ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଥିଲା। ଫେବୃଆରୀ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିଥିଲା। ୫ଦିନ ପରେ ପୁଣି ୨୫ ଟଙ୍କା ବଢି ମାସେ ମଧ୍ୟରେ ୧୦୦ ଟଙ୍କା ବଢିଥିଲା। ଚଳିତ ମାସ ଆରମ୍ଭରେ ପୁଣି ବଢି ସିଲିଣ୍ଡର ଦାମ ୧୨୫ ଟଙ୍କା ବୃଦ୍ଧି ପାଇଛି। ଡିସେମ୍ବରରେ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ହୋଇଥିଲା।

ବର୍ତ୍ତମାନ ୧୪.୨ କିଲୋ ନନ ସବସିଡି ସିଲିଣ୍ଡର ପାଇଁ ଆହୁରି ୨୫ ଟଙ୍କା ଦେବାକୁ ହେବ। ନୂଆ ଦାମ ଆଜିଠାରୁ ଲାଗୁ ହେବ। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି।

ପ୍ରତି ମାସ ପ୍ରଥମ ତାରିଖରେ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ ହୋଇ ନୂଆ ଦାମ ଲାଗୁ ହୋଇଥାଏ। ଦିଲ୍ଲୀରେ ୧୯ କିଲୋ କମର୍ସିୟାଲ ସିଲିଣ୍ଡର ଦାମ ୯୦.୫୦ ଟଙ୍କା ବୃଦ୍ଧି ପାଇ୧୬୨୪ ଟଙ୍କା ହୋଇଛି। ମୁମ୍ବାଇରେ ଏହି ସିଲିଣ୍ଡର ଦାମ ୧୫୬୩.୫୦ ଟଙ୍କା, କୋଲକାତାରେ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ୧୭୩୦ ଟଙ୍କା ହୋଇଛି।

   Related Posts