ନୂଆବର୍ଷର ପ୍ରଥମ ଦିନରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେତେ ବଢିଲା

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୧।୧: ତୈଳ ମାର୍କେଟିଙ୍ଗ୍ କମ୍ପାନୀ ନୂଆ ବର୍ଷର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛି । କମ୍ପାନୀଗୁଡିକ ଡିସେମ୍ବର ମାସରେ ରୋଷେଇ ଗ୍ୟାସ୍ ଅର୍ଥାତ୍ ଏଲପିଜି ସିଲିଣ୍ଡର ମୂଲ୍ୟ ଦୁଇ ଥର ବୃଦ୍ଧି କରି ୧୦୦ଟଙ୍କା ଦାମ୍ ବଢାଇଥିଲେ । ଫଳରେ ବିନା ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କାରୁ ୬୯୪କୁ ବୃଦ୍ଧି ପାଇଛି । ବିନା ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ବ୍ୟବସାୟିକ ସିଲିଣ୍ଡର ଦାମ୍ ରେ ବୃଦ୍ଧି ଘଟିଛି ।

ଗତ ଏକ ମାସ ମଧ୍ୟରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୧ ଟଙ୍କା ବୃଦ୍ଧି ପାଇଛି । ନଭେମ୍ବର ମାସରେ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ୧୨୯୦ ଟଙ୍କାରେ ମିଳୁଛି । ଡିସେମ୍ବରରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୧ ଟଙ୍କା ବୃଦ୍ଧି ପାଇଛି । ସିଲିଣ୍ଡର ମୂଲ୍ୟ ୧୩୮୧.୫୦ ଟଙ୍କା ହୋଇଛି ।

ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭ ଟଙ୍କା ବୃଦ୍ଧି କରାଯାଇଛି । ମୂଲ୍ୟ ବୃଦ୍ଧି ଯୋଗୁଁ ୧୩୩୨ ଟଙ୍କା ଥିବା ସିଲିଣ୍ଡର ୧୩୪୯ ଟଙ୍କାରେ ମିଳିବ । କୋଲକାତାରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୩୮୭.୫୦ ରୁ ୧୪୧୦ ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ ସିଲିଣ୍ଡର ପିଛା ୨୨.୫୦ଟଙ୍କା ବୃଦ୍ଧି ପାଇଛି । ଘରୋଇ ଗ୍ୟାସର ମୂଲ୍ୟ ୭୨୦.୫୦ ଟଙ୍କା ହୋଇଛି । ମୁମ୍ବାଇ ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୧୨୯୭.୫୦ ଏବଂ ୧୪୬୩.୫୦ ଟଙ୍କା ପହଞ୍ଚିଛି । ଏହି ଦୁଇଟି ସହରରେ ୧୭ଟଙ୍କା ବୃଦ୍ଧି କରାଯାଇଛି ।

ସରକାର ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ସହିତ ସବସିଡି ବନ୍ଦ କରିଛନ୍ତି । ଏହାପୂର୍ବରୁ ଗ୍ୟାସ୍ ସିଲିଣ୍ଡର ନେଲେ ସବସିଡି ମଧ୍ୟ ପ୍ରଦାନ କରାଯାଉଥିଲା ମାତ୍ର ଏବେ ଏହି ସବସିଡି ବନ୍ଦ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.