Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଟ୍ରକରେ ଲଦା ହୋଇଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟୁଥିଲା, ଆକାଶକୁ ଉଠୁଥିଲା ନିଆଁ ପିଣ୍ଡୁଳା, ଭିଡିଓ ଦେଖିଲେ ଭୟରେ ଥରିବ ଛାତି

29/09/2020 at 4:20 PM

ଭୋପାଳ ୨୯।୦୯: ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏଲପିଜିର ୩୦୦ ସିଲିଣ୍ଡରରେ ଲଦା ଏକ ଟ୍ରକରେ ନିଆଁ ଲାଗିବାରୁ ବଡ ଧରଣର  ବିସ୍ଫୋରଣ ଘଟିଛି। ଟ୍ରକରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫୁଟି ଚାଲିଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ପୂରା ଅଞ୍ଚଳ ଦୋହଲି ଉଠିଥିଲା। ଆକାଶକୁ ଖାଲି ନିଆଁ ପିଣ୍ଡୁଳା ଉଠୁଥିଲା।

ଏହି ଘଟଣା ମଙ୍ଗଳବାର ଭୋର ସକାଳେ ଘଟିଛି। ହୋଶଙ୍ଗାବାଦର ବାବଇ ଟାଉନରେ ଏକ ପୋଲକୁ ଅତିକ୍ରମ କରିବା ସମୟରେ ଟ୍ରକରେ ନିଆଁ ଲାଗିଥିଲା। ଦେଖୁ ଦେଖି ଗୋଟିଏ ପରେ ଗୋଟିଏ ସିଲିଣ୍ଡର ଫୁଟିବାରେ ଲାଗିଥିଲା। ବାବଇ ପୋଲିସ  ଷ୍ଟେସନର ଥାନା ଅଧିକାରୀ ଆଶିଷ ପାଓ୍ଵାର କହିଛନ୍ତି ଘଟଣାରେ କାହାରି ମୃତାହତ ଘଟିନାହିଁ। ଟ୍ରକ ଚାଳକ ସଠିକ୍ ସମୟରେ ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ସେ କହିଛନ୍ତି ପୋଲରେ ଉଭୟ ପାର୍ଶ୍ଵରେ ଯାତାୟାତ ବନ୍ଦ କରି ଦିଆଯାଇଛି। ଦମକଳ ବିଭାଗ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ କରାଯାଇଛି। ଏହା ଜଣା ପଡିନାହିଁ ଟ୍ରକରେ ନିଆଁ କେମିତି ଲାଗିଲା। ପାଓ୍ଵାର କହିଛନ୍ତି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଟ୍ରକରେ ୩୦୦ ସିଲିଣ୍ଡର ଲଦା ହୋଇଥିଲା। ହେଲେ ସଠିକ୍ ସଂଖ୍ୟା ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଯୋଗ କଲେ ମିଳି ପାରିବ।

ଜୋରରେ ବିସ୍ଫୋରଣ କାରଣରୁ ଅଞ୍ଚଳରେ ଭୟର ମାହୋଲ ଖେଳି ଯାଇଥିଲା। ବିସ୍ଫୋରଣର ଶବ୍ଦ ଅନେକ ଦୂର ଶୁଭିଥିଲା। ଏହି ସମୟରେ ରାସ୍ତାରେ ଥିବା କିଛି ଲୋକ ଏହି ଘଟଣାର ଦୃଶ୍ୟ ମୋବାଇଲରେ କଏଦ କରିଛନ୍ତି। ଘଟଣାର ଅନେକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

   Related Posts