Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଉପରେ ମିଳିବ ୩୦୦ ଟଙ୍କା ସବ୍‌ସିଡି, ଶୀଘ୍ର ସାରିଦିଅନ୍ତୁ ଏହି କାମ

14/11/2021 at 4:53 PM

ନୂଆଦିଲ୍ଲୀ ୧୪/୧୧: ତୈଳ ଦର ଏବଂ ଏଲପିଜି ଗ୍ୟାସ ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ନିକଟରେ ପେଟ୍ରୋଲ ଏବଂ ଡିଜେଲ୍‌ ଦାମ ହ୍ରାସ ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ରୋଷେଇ ଗ୍ୟାସ୍‌ ଦାମ ବୃଦ୍ଧିକୁ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି । ଏହାରି ଭିତରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ମିଳିଛି। ଗ୍ୟାସ୍‌ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ପୁଣି ଥରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛି।

ସବସିଡିରେ ଗ୍ୟାସ ନେଉଥିବା ଲୋକେ ଏବେ ୩୦୦ ଟଙ୍କା ବଞ୍ଚାଇପାରିବେ । କିଛି ଦିନ ପୂର୍ବରୁ ସିଲିଣ୍ଡର ପ୍ରତି ୫୯୪ ଟଙ୍କା ଦେବାକୁ ପଡ଼ୁଥିବା ବେଳେ କିଛି ଦିନ ମଧ୍ୟରେ ଏହି ଦାମ ବଢ଼ି ୮୮୪ ଟଙ୍କା ହୋଇଯାଇଛି। ଏବେ ପୁଣି ଥରେ ସବସିଡି ବୃଦ୍ଧି ହେବାକୁ ଯାଉଥିବାରୁ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିବ ନିଶ୍ଚିତ। କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜର ସବସିଡି ମିଳୁଥିବା ବ୍ୟାଙ୍କ ଖାତା ସହ ଆଧାର କାର୍ଡ ସଂଯୋଗ କରିବାକୁ ହେବ।

ସାଧାରଣ ଲୋକଙ୍କ ଅସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ହେଲା ସିଲିଣ୍ଡର କ୍ରୟ ଉପରେ କେବଳ ୨୦-୩୦ ଟଙ୍କା ସବସିଡି ମିଳୁଥିଲା। ଏବେ ପୁଣି ଏହି ରାଶିକୁ ବଢ଼ାଇ ୩୦୦ ଟଙ୍କା କରାଯାଇଛି ବୋଲି ଜଣାପଡ଼ିଛି। ଯେଉଁମାନେ ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର ନେଉଛନ୍ତି ସେମାନଙ୍କୁ ୧୭୪.୮୬ ଟଙ୍କା ସବସିଡି ମିଳୁଥିଲା ଏବେ ଏହାକୁ ବଢ଼ାଇ ୩୧୨.୪୮ ଟଙ୍କା କରିଦିଆଯାଇଛି।

ଘରୋଇ ରୋଷେଇ ଗ୍ୟାସ୍‌ କ୍ରୟ ଉପରେ ମିଳୁଥିବା ସବସିଡି ରାଶି ୧୫୩.୮୬ ଟଙ୍କାରୁ ବଢ଼ାଇ ୨୯୧.୪୮ ଟଙ୍କା କରିଦିଆଯାଇଛି । ଯଦି ଆପଣମାନେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ସବସିଡି ମିଳୁଥିବା ବ୍ୟାଙ୍କ ଖାତା ସହ ନିଜର ଆଧାର କାର୍ଡ ଲିଙ୍କ କରାଇନିଅନ୍ତୁ ।

   Related Posts