'୨ ମାସ ଯାଏଁ ଏଲପିଜି ସିଲିଣ୍ଡର ଷ୍ଟକ୍ ରଖ, ସ୍କୁଲ ଖାଲି କର', ଚୀନ ସହ ବିବାଦ ମଧ୍ୟରେ ଜମ୍ମୁ-କାଶ୍ମୀରବାସୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ, ୨୮|୦୬:  ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଗଲଓ୍ୱାନ ଘାଟିରେ ଉଭୟ ସେନା ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତି ଆକ୍ରମଣ ପରେ ବିବାଦ ଘନେଇବାରେ ଲାଗିଛି  । ଏହା ମଧ୍ୟରେ ଭାରତ କିଛି ବଡ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି । ତେବେ ଜମ୍ମୁ-କାଶ୍ମୀର ସରକାର ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିଯାଇଛି । ଏପରିକି ଭାରତ କିଛି ବଡ ପଦକ୍ଷେପ ନେବ ବୋଲି ମଧ୍ୟ କୁହାଯାଉଛି ।

ଏହା ମଧ୍ୟରେ ଜମ୍ମୁ-କାଶ୍ମୀର ସରକାର ଦୁଇଟି ନିର୍ଦ୍ଦେଶ ଜାରି କରିଛନ୍ତି । ସରକାର ଦୁଇ ମାସ ଯାଏଁ ଏଲପିଜି ସିଲିଣ୍ଡର ଗଛିତ କରି ରଖିବାକୁ କହିବା ସହ ସୁରକ୍ଷାକର୍ମୀଙ୍କ ପାଇଁ ସମସ୍ତ ସ୍କୁଲକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ଲୋକଙ୍କ ଚିନ୍ତା ବଢିଯାଇଛି । ଏଲପିଜି ଷ୍ଟକ୍ ରଖିବାକୁ ନେଇ ରାଜ୍ୟବାସୀ ବେଶୀ ଚିନ୍ତିତ  ହୋଇ ପଡିଛନ୍ତି ।

wp:html /wp:html

ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳଙ୍କ ପରାମର୍ଶଦାତା ଏକ ବୈଠକରେ ଘାଟିରେ ଏଲପିଜି ପର୍ଯ୍ୟପ୍ତ ପରିମାଣରେ ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ଭୂସ୍ଖଳନ ପାଇଁ ଜାତୀୟ ରାଜପଥ ପ୍ରଭାବିତ ହୋଇପାରେ । ପ୍ରବଳ ବର୍ଷା ପାଇଁ ରାସ୍ତା ବନ୍ଦ ହେବାର ଭୟ ରହିଛି । ତେବେ ଗରମ ଦିନେ ଏପରି ଆଦେଶ ଜାରିକୁ ନେଇ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି ।

ସେହିପରି ଗାନ୍ଦରବଳ ଅଞ୍ଚଳର ୧୬ଟି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଖାଲି କରିବାକୁ ଏସପି ଅନୁରୋଧ କରିଛନ୍ତି । ଅମରନାଥ ଯାତ୍ରା ପାଇଁ ଏଠାରେ କେନ୍ଦ୍ରୀୟ ସଶସ୍ତ୍ର ବଳର ମୁତୟନ କରାଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.