Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ବଢିପାରେ ଏଲପିଜି ସିଲିଣ୍ଡରର ମୂଲ୍ୟ, ଚାରି ମାସରେ ବଢିଲାଣି ୯୦ ଟଙ୍କା

28/10/2021 at 11:25 AM

ନୂଆଦିଲ୍ଲୀ ୨୮/୧୦: ଦେଶର ବଢୁଥିବା ଦରଦାମ ଦେଖି ଗ୍ରାହକଙ୍କ ଉପରେ ପଡିଛି ଚଡକ । ପେଟ୍ରୋଲ, ପନିପରିବା ପରେ ଏବେ ପୁଣିଥରେ ବଢିବାକୁ ଯାଉଛି ଏଲ୍‌ପିଜି ସିଲିଣ୍ଡର । ଆସନ୍ତା ସପ୍ତାହ‌ରେ ଆହୁରି ଦରବୃଦ୍ଧି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଏବେ ପ୍ରତି ସିଲିଣ୍ଡର ପିଛା କଂପାନି ପ୍ରାୟ ୧୦୦ ଟଙ୍କାର କ୍ଷତିି ସହୁଛନ୍ତି । ସେଥିରୁ କିଛି ଅଂଶ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ସେମାନେ ଉଦ୍ୟମ କରିବେ ବୋଲି ଚର୍ଚ୍ଚା ହେଉଛି ।

ପ୍ରତି ମାସର ପ୍ରଥମ ସପ୍ତାହରେ ଏଲ୍‌ପିଜି ଦାମ୍ ସଂଶୋଧନ ହେଉଛି । ଶେଷ ଥର ଲାଗି ଅକ୍ଟୋବର ୬ରେ ଏଲ୍‌ପିଜି ଦାମ୍ ୧୫ ଟଙ୍କା ବଢ଼ିଥିଲା । ଚଳିତ ବର୍ଷ ଜୁଲାଇ ପରଠାରୁ ଏଲ୍‌ପିଜି ସିଲିଣ୍ଡର ୯୦ ଟଙ୍କା ମହଙ୍ଗା ହୋଇସାରିଲାଣି । ଏବେ ସବ୍‌ସିଡି ଓ ଅଣ-ସବ୍‌ସିଡି ସିଲିଣ୍ଡର ଦାମ୍‌ରେ ପାଖାପାଖି ସମାନ ରହୁଛି । ଗ୍ରାହକମାନେ ବଜାର ଦରରେ ଏଲ୍‌ପିଜି କିଣୁଛନ୍ତି ବୋଲି କୁହାଯାଉଛି । ଏଲ୍‌ପିଜି ଦାମ୍‌ରେ ନିୟମିତ ବୃଦ୍ଧି କରାଯିବାରୁ ଏହା ଉପରେ ଦିଆଯାଉଥିବା ସବ୍‌ସିଡି ଗତବର୍ଷ ଠାରୁ ବନ୍ଦ ହୋଇଯାଇଛି ।

ଆନ୍ତର୍ଜାତିକ ବଜାରରୁ ଭାରତ କିଣୁଥିବା ସାଉଦି ଏଲ୍‌ପିଜି ମୂଲ୍ୟ ଇତିମଧ୍ୟରେ ୬୦ ପ୍ରତିଶତ ବୃଦ୍ଧି ପାଇ ଟନ୍ ପିଛା ୮୦୦ ଡଲାରରେ ପହଞ୍ଚିଛି । କିଣା ମୂଲ୍ୟ ବଢ଼ିଥିବାରୁ ବିକ୍ରି କରିବା ବେଳେ ଗ୍ୟାସ୍‌ କଂପାନିଗୁଡ଼ିକ କ୍ଷତି ସହୁଛନ୍ତି । ଏଲ୍‌ପିଜି ଦର ନିର୍ଧାରଣ ପ୍ରକ୍ରିୟା ଏବେବି ସରକାରଙ୍କ ନିୟନ୍ତ୍ରଣରେ ରହିଛି ।

   Related Posts