ନୂଆବର୍ଷରେ ଝଟ୍କା : ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ୍, ଜାଣନ୍ତୁ କେତେ ଟଙ୍କା ହେଲା ଅଧିକା
1/01/2020 at 9:39 AM

ନୂଆଦିଲ୍ଲୀ ୧।୧: ନୂଆବର୍ଷରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ଲଗାତର ଭାବେ ୪ର୍ଥ ମାସରେ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି ହୋଇଛି । ଦେଶର ପ୍ରମୁଖ ସହରରେ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପ୍ରାୟ ୧୯ଟଙ୍କା ବୃଦ୍ଧି ହୋଇଛି ।

ଦିଲ୍ଲୀରେ ୧୪.୨ କେ.ଜି. ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ ୭୧୪ ଟଙ୍କା ରହିଛି । କୋଲକତାରେ ମୂଲ୍ୟ ୭୪୭ ଟଙ୍କା ରହିଛି । ସେହିଭଳି ମୁମ୍ବାଇ ଏବଂ ଚେନ୍ନାଇରେ ୧୪.୨ କେ.ଜି. ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ କ୍ରମଶଃ ୬୮୪.୫୦ ଏବଂ ୭୩୪.୦୦ ଟଙ୍କା ରହିଛି । ସେହିଭଳି ୧୯ କେ.ଜି. ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୨୪୧ଟଙ୍କା ରହିଛି । କୋଲକତାରେ ୧୩୦୮ଟଙ୍କା ଏବଂ ମୁମ୍ବାଇରେ ୧୧୯୦ ଟଙ୍କା ଏବଂ ଚେନ୍ନାଇରେ ମୂଲ୍ୟ ୧୩୬୩ ଟଙ୍କା ରହିଛି ।

ଡିସେମ୍ବର ମାସରେ ଦିଲ୍ଲୀରେ ୧୪.୨ କେ.ଜି. ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୬୯୫ ଟଙ୍କା ରହିଥିଲା । କୋଲକତାରେ ମୂଲ୍ୟ ୭୨୫.୫୦ ଟଙ୍କା ରହିଥିଲା । ସେହିପରି ମୁମ୍ବାଇ ଏବଂ ଚେନ୍ନାଇରେ ୧୪.୨ କେ.ଜି. ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ କ୍ରମଶଃ ୬୬୫ ଏବଂ ୭୧୪ ଟଙ୍କା ରହିଥିଲା ।