ଏଲପିଜି ବୋଝେଇ ଟ୍ରକରେ ନିଆଁ, ଟଳିଗଲା ବଡ ଅଘଟଣ

Published By : Prameya-News7 Bureau | October 02, 2021 IST

ସୁନ୍ଦରଗଡ଼, ୦୨/୧୦: ରାସ୍ତାରେ ଜଳିଲା ଏଲପିଜି ବୋଝେଇ ଟ୍ରକ୍ ।   ସୁନ୍ଦରଗଡ଼ କରମଡିହିର ବିଜୁ ଏକ୍ସପ୍ରେସ ୱେ ଏଲପିଜି ବୋଝେଇ ଟ୍ରକ ଜଳିଯାଇଛି ।

ସୂଚନା ଅନୁସାରେ, ଟ୍ରକଟି  ଝାରସୁଗୁଡାରୁ ରାଉରକେଲାକୁ  ଯାଉଥିଲା ।  ତେବେ ସର୍ଟ ସର୍କିଟ ଯୋଗୁଁ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ସୌଭାଗ୍ୟକ୍ରମେ ଡାଲାରେ ନିଆଁ ଲାଗିନଥିଲା।

wp:html /wp:html

ସଠିକ ସମୟରେ ଖବର ପାଇ ବଡ଼ଗାଁ ଓ ସୁନ୍ଦରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏକ ବଡ ଅଘଟଣ ଟଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.