Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଏଲ୍‌ପିଜି ବିତରଣକାରୀଙ୍କୁ ସୁରକ୍ଷା, କରୋନାରେ ମୃତ୍ୟୁ ପାଇଁ ପାଞ୍ଚ ଲକ୍ଷ ସହାୟତା

31/03/2020 at 8:30 AM

ଭୁବନେଶ୍ୱର ୩୧।୦୩: କରୋନା ନେଇ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ଡାଉନ୍‌ ଘୋଷଣା ନେଇ ଅତ୍ୟାବଶକୀୟ ସାମଗ୍ରୀ ଉପରେ ରିହାତି ଦେଇଛନ୍ତି ସରକାର । ତେବେ ଅତ୍ୟାବଶକୀ ସାମଗ୍ରୀ ମଧ୍ୟରେ ଗ୍ୟାସ୍‌ ବିତରଣ ମଧ୍ୟ ରହିଛି । ଯଦି ଏଲ୍‌ପିଜି ବିତରଣରେ ଜଡ଼ିତ କର୍ମଚାରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇବେ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏହି ସୂଚନା ଦେଇଛନ୍ତି ।

ଏକ ଟ୍ୱିଟ୍‌ ଜରିଆରେ ଶ୍ରୀ ପ୍ରଧାନ କହିଛନ୍ତି, ଏଲ୍‌ପିଜି ବିତରଣ ସମୟରେ ସୋ-ରୁମ୍‌ କର୍ମଚାରୀ, ଗୋଦାମ କିପର, ମେକାନିକ୍‌ ଓ ଡେଲିଭରି ବଏଙ୍କର ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ଆଇଓସିଏଲ, ବିପିସିଏଲ ଓ ଏଚ୍‌ପିସିଏଲ୍‌ ଘୋଷଣା କରିଛନ୍ତି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ନେଇଥିବା ଏ ନିଷ୍ପତ୍ତି ବେଶ ସ୍ୱାଗତଯୋଗ୍ୟ । ବର୍ତ୍ତମାନର ସଙ୍କଟ ସମୟରେ ଆମର ବ୍ୟକ୍ତିବିଶେଷ ଯୋଗାଉଥିବା ସେବା ହିଁ ଆମର ପରିଚୟ । କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁତ କରିବା ସହ ସେମାନଙ୍କୁ ଭାରତର କରୋନା ଯୁଦ୍ଧରେ ଲଢ଼ିବାକୁ ସାହସ ଦେବ ।

ସେହିଭଳି ଶ୍ରୀ ପ୍ରଧାନ କହିଛନ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଅଧୀନରେ ଥିବା ପିଏସ୍‌ୟୁଗୁଡ଼ିକ ଓ ସେଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ପକ୍ଷରୁ ପିଏମ୍‌ କେୟାର ପାଣ୍ଠିକୁ ୧,୦୯୨ କୋଟି ଟଙ୍କା ଦାନ କରିଛନ୍ତି । ଏଥିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ୧୦,୩୧.୨୯ କୋଟି ଟଙ୍କାର ଦାନ ରାଶି ଥିବା ବେଳେ କର୍ମଚାରୀମାନଙ୍କର ୬୧ କୋଟି ଟଙ୍କା ଅବଦାନ ରହିଛି । ବିଶ୍ୱ ସବୁଠାରୁ ବଡ଼ ବିପଦର ସମ୍ମୁଖୀନ ହେଉଥିବା ବେଳେ ତୈଳ ଓ ଗ୍ୟାସ ପିଏସ୍‌ୟୁଗୁଡ଼ିକର ଏହି ପ୍ରତିବଦ୍ଧତା ପାଇଁ ଧର୍ମେନ୍ଦ୍ର ସେମାନଙ୍କୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲକ୍‌ଡାଉନ୍‌ରୁ ଏଲ୍‌ପିଜି ଯୋଗାଣକୁ ବାଦ୍‌ ଦିଆଯାଇଛି । ଏଲ୍‌ପିଜି ଏକ ଜରୁରି ସାମଗ୍ରୀ ହୋଇଥିବାରୁ ଏଭଳି ସଙ୍କଟ ସମୟରେ ଦେଶର ସବୁ ଉପଭୋକ୍ତାଙ୍କ ନିକଟରେ ନିରନ୍ତର ଏଲ୍‌ପିଜି ଯୋଗାଣ ବଜାୟ ରଖିବାକୁ କର୍ମଚାରୀମାନଙ୍କ ସହଯୋଗ ନିହାତି ଜରୁରି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

   Related Posts