ବଢିଲା ବିନା ସବସିଡି ଏଲ୍‌ପିଜି ସିଲିଣ୍ଡର ଓ ସିଏନ୍‌ଜି ଦର

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ - ଦେଶରେ ଏଲ୍‌ପିଜି ସିଲିଣ୍ଡର ଓ ସିଏନ୍‌ଜିର ଦର ବୃଦ୍ଧି ପାଇଛି। ବିମାନ ଇନ୍ଧନ ମୂଲ୍ୟ ରବିବାରରେ ଏକ ପ୍ରତିଶତ କମ୍‌ କରାଯାଇଥିବା ବେଳେ ସବସିଡି ମିଳୁ ନ ଥିବା ଏଲ୍‌ପିଜି ସିଲିଣ୍ଡର ଓ ସିଏନ୍‌ଜି ମୂଲ୍ୟ ବୃଦ୍ଧି ପାଇଛି ।

ପେଟ୍ରୋଲିୟମ କମ୍ପାନୀମାନଙ୍କର ସୂଚନା ଅନୁସାରେ ବିନା ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜିର ମୂଲ୍ୟ ପ୍ରତି ସିଲିଣ୍ଡର ୧୫.୫୦ ପଇସା ବୃଦ୍ଧି ପାଇଛି।
ମାତ୍ର ବିମାନ ଇନ୍ଧନ ଦର ଗତ ତନିମାସ ଧରି ହ୍ରାସ ପାଇଛି । ବିନା ସବସିଡ୍‌ ବାଲା ସିଲିଣ୍ଡର ମୂଲ୍ୟ ୧୫.୫ ଟଙ୍କା ବୃଦ୍ଧି ହୋଇ ୫୯୦ ଟଙ୍କାରେ ପହଞ୍ଚିଛି । ସେହିପରି କିରୋସିନ୍ ମୂଲ୍ୟ ପ୍ରତି ଲିଟର ୨୫ ପଇସା ବୃଦ୍ଧି ପାଇଛି ।

ଦିଲ୍ଲୀରେ ସିଏନ୍‌ଜି ଏହେ ପ୍ରତି କିଲୋଗ୍ରାମ ୪୭.୧୦ ଟଙ୍କା ହୋଇଥିବାବେଳେ ନୋଏଡା ଓ ଗାଜିଆବାଦରେ ୩.୫୦ ପଇସା ହୋଇଛି .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.