Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଶ୍ଵସ୍ଥ ଓ ସଚ୍ଚୋଟତାର ଜୀବନ୍ତ ଉଦାହରଣ : ନଦୀରେ ଡେଇଁ ଆତ୍ମହତ୍ୟା କଲେ ମାଲିକ, ୪ଦିନ ଯାଏଁ ପୋଲ ଉପରେ ଅପେକ୍ଷାରେ କୁକୁର

9/06/2020 at 12:23 PM

ବେଜିଙ୍ଗ ୦୯/୦୬ : କୁକୁର ସବୁଠାରୁ ବିଶ୍ଵସ୍ଥ ଓ ସଚ୍ଚୋଟ | ସେ କେବେ ମଧ୍ୟ ଧୋକା ଦେଇନଥାଏ | କୁକୁର ମଣିଷର ସବୁଠାରୁ ଭଲ ବନ୍ଧୁ | ଏହାର ଏକା ଜୀବନ୍ତ ଉଦାହରଣ ଚୀନରେ ଦେଖିବାକୁ ମିଳିଛି | ଚୀନର ବୁହାନ ସହରରେ ଏକ କୁକୁରଙ୍କ କାହାଣୀ ଆପଣଙ୍କୁ ମଧ୍ୟ ଭାବବିହ୍ୱଳ କରିଦେବ | କୁକୁରର ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି | କୁକୁରର ମାଲିକ ଏକ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି | ମାଲିକ ତ ଆତ୍ମହତ୍ୟା କରି ଆରପାରିକୁ ଚାଲିଗଲେ କିନ୍ତୁ କୁକୁର ଏକା ରହିଗଲା | ସେ ୪ ଦିନ ହେଲା ନଦୀର ସେହି ପୋଲ ଉପରେ ନିଜ ମାଲିକକୁ ଅପେକ୍ଷା କରିଛି ଯେଉଁଠାରୁ ତା ମାଲିକ ଡେଇଁ ଆତ୍ମହତ୍ୟା କରିଥିଲେ | ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ କିଛି ବନ୍ଧୁ ବଡ କଷ୍ଟରେ କୁକୁରକୁ ପୋଲ ଉପରୁ ନେଇ ଆସିଥିଲେ |

ଡେଲି ମେଲ ଖବର ଅନୁଯାୟୀ, ବୁହାନର ଜଣେ ବ୍ୟକ୍ତି ମେ ୩୦ ତାରିଖରେ ନିଜ ପୋଷା କୁକୁର ସହ ବୁଲିବାକୁ ବାହାରିଥିଲେ | ବୁଲୁଥିବା ସମୟରେ ହଠାତ ୟାଙ୍ଗତଯେ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ | ସେ କୁକୁରକୁ ପୋଲ ଉପରେ ଛାଡି ନଦୀକୁ ଡେଇଁ ପଡ଼ିଥିଲେ | କୁକୁର ବିଚାର ପୋଲ ଉପରେ ୪ଦିନ ଯାଏଁ ମାଲିକକୁ ଅପେକ୍ଷା କରି ବସିଥିଲା | କିଛି ନ ଖାଇ ନ ପିଇ ଭୋକ ଶୋଷରେ ନିରୀହ କୁକୁର ନିଜ ମାଲିକକୁ ଅପେକ୍ଷା କରି ବସିଥିଲା | ପୋଲିସ ମଧ୍ୟ କୁକୁରକୁ ପୋଲରୁ ହଟାଇବାକୁ ବହୁତ ଚେଷ୍ଟା କରିଥିଲା କିନ୍ତୁ ବିଫଳ ହୋଇଥିଲା | ଜଣେ ପୋଲିସକର୍ମୀ କୁକୁରର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଏହାପରେ କୁକୁରର ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି | ଖବର ଅନୁଯାୟୀ, କୁକୁରକୁ ଅନେକଲୋକ ଘରକୁ ନେଇଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ରାଗି ଯାଉଥିଲା | ଫଳରେ କେହି ସାହସ କରିନଥିଲେ |

ବୁହାନ ସ୍ମଲ ଏନିମଲ ପ୍ରୋଟେକ୍ସନ ଏସୋସିଏସନର ନିର୍ଦେଶକ ଡୁ ଫେନ କହିଛନ୍ତି ଯେ, ମିସ୍ଟର ଝୁ ନାମକ ଜଣେ ବ୍ୟକ୍ତି ଏହି କୁକୁରକୁ ଆଡପ୍ଟ କରିବାକୁ ଯୋଗାଯୋଗ କରିଥିଲେ | କିନ୍ତୁ କୁକୁରଟି ପୋଲ ଛାଡି କୁଆଡେ ଯିବାକୁ ପ୍ରସ୍ତୁତ ନଥିଲା | ଏହାପରେ ମିସ୍ଟର ଝୁ ଏବଂ ମୃତ ବ୍ୟକ୍ତିଙ୍କ କିଛି ବନ୍ଧୁ ପୋଲ ଉପରକୁ ଯାଇ କୁକୁରକୁ ଖାଇବା ପିଇବା ଦେଇଥିଲେ | ସେମାନେ କୁକୁରର ପୁରା ଯତ୍ନ ନେବା ଆରମ୍ଭ କରିଥିଲେ | ପରେ ସେମାନେ ତାକୁ ସେଠାରୁ ନେଇ ଆସିବାରେ ସଫଳ ହୋଇଥିଲେ | ପୋଲିସ କହିଛି ଯେ, ପୋଲରେ ଲାଗିଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ କୁକୁରର ମାଲିକ ଯେତେବେଳେ ଆତ୍ମହତ୍ୟା କରିଥିଲେ ସେତେବେଳେ ସେ ତାଙ୍କ ସହ ଥିଲା | ସେ ନିଜ ମାଲିକକୁ ନଦୀକୁ ଦେଇଥିବା ଦେଖିଛି | ସେଥିପାଇଁ ନିଜ ମାଲିକକୁ ଅପେକ୍ଷା କରି ରହିଥିଲା | 

   Related Posts