Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଆଗାଉଛି କାମ, ନିରାଶ ବିସ୍ଥାପିତ : ସ୍ବତନ୍ତ୍ର ପ୍ୟାକେଜକୁ ନେଇ ସନ୍ଦେହରେ ଲୋୟର ସୁକତେଲ ବିସ୍ଥାପିତ

3/03/2021 at 2:36 PM

ବଲାଙ୍ଗିର ୩।୩: ବଲାଙ୍ଗିର ଜିଲ୍ଲା ଲାଇଫ ଲାଇନ ଲୋୟର ସୁକତେଲ ପ୍ରକଳ୍ପ କାମ ପୁଣିଥରେ ଆରମ୍ଭ ହୋଇଛି । ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ବଲାଙ୍ଗିରର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ମିଳିବ ସଂଜୀବନୀ । ବଲାଙ୍ଗୀର ଲାଇଫ ଲାଇନ ଲୋୟର ସୁକତେଳ ପ୍ରକଳ୍ପ କାମକୁ ନେଇ ସରକାରଙ୍କ ତତ୍ପରତା ଦେଖାଦେଇଥିବା ବେଳେ କାମ ଏବେ ପୁଣି ଥରେ ଆରମ୍ଭ ହୋଇଛି । ପ୍ରଥମେ ରାସ୍ତା କାମ ଓ ପରେ ଡ୍ୟାମ୍ ଆଡିବନ୍ଧ କାମ ଜୋରସୋରରେ ଚାଲିଛି ।

ଅନ୍ୟପଟେ କିନ୍ତୁ ସରକାର କରିଥିବା ସ୍ବତନ୍ତ୍ର ବିସ୍ଥାପିତଙ୍କ ପାଇଁ ପ୍ୟାକେଜରେ ଠିକ୍ ଭାବରେ ବିସ୍ଥାପିତଙ୍କୁ ତାଙ୍କ କ୍ଷତିପୂଣର ମିଳୁନଥିବା ଅଭିଯୋଗ ଆସିଲାଣି । ବିସ୍ଥାପିତ ହେବାକୁ ଥିବା କିଛି ଗ୍ରାମବାସୀ ଏନେଇ କରିଛନ୍ତି ବୈଠକ ଓ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି କରିଛନ୍ତି ଏଭଳି ଅଭିଯୋଗ । ତେବେ ଗୋଟିଏ ଆରପିଡିଏସସି ବୈଠକ କରାଯିବା ସହ ପ୍ୟାକେଜରେ ଆସିଥିବା ଟଙ୍କାକୁ ଉଚିତ ବିସ୍ଥାପିତଙ୍କୁ ଦିଆଯିବା ପାଇଁ ଦାବି କରିଛନ୍ତି । ଯେଉଁଥିରେ ତାଙ୍କ ଜମି ଟଙ୍କାଠାରୁ ଆରମ୍ଭ କରି ଘର ଓ ବିଭିନ୍ନ ଟଙ୍କା ୨୦୧୩ ଆଇନ ଅନୁଯାୟୀ ଯାହା ମିଳିବା କଥା ତାକୁ ଏସଗ୍ରାସିଆ ଭାବରେ ଦିଆଯାଉଥିବା ବେଳେ ତାହା ଠିକ୍ ଭାବରେ ମିଳୁନଥିବା ଅଭିଯୋଗ  କରିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ନେଇ ୧୦୦ କୋଟି ଟଙ୍କା ଘୋଷଣା ପରେ ପରଧିଆ ପାଲି, ଖୁଣ୍ଟ ପାଲି ସହ ବିଭିନ୍ନ ବିସ୍ଥାପିତ ଗାଁରେ ଲୋକଙ୍କୁ ଟଙ୍କା ବଣ୍ଟନ କାମ ଆରମ୍ଭ ହୋଇଛି । ଡ୍ୟାମରେ ମାଟି କାମ ଆରମ୍ଭ କରାଯାଇଛି । ଯେଉଁ ସବୁ ଅସୁବିଧା ରହିଛି ଲୋକଙ୍କ ତାକୁ ନେଇ ଅଧିକାରୀମାନଙ୍କୁ ତାହାର ତଦାରଖ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବିସ୍ଥାପିତଙ୍କୁ ଉଚିତ ଥଇଥାନ ଓ କ୍ଷତିପୂରଣ ମିଳୁନଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ରୋକଠୋକ ବାଣୀ ଶୁଣାଇଛନ୍ତି ଜିଲ୍ଲାପାଳ । କାମ ବର୍ତ୍ତମାନ ଆଉ ବନ୍ଦ କରାଯିବ ନାହିଁ କିମ୍ବା ଥଇଥାନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ହେଲେ ଯେଉଁ ସବୁ ସମସ୍ୟା ରହିଛି ତାକୁ ନେଇ ଲୋକଙ୍କ ସହ ଆଲୋଚନା କରି ବାଟ ଫିଟାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

   Related Posts