ଗରିବଙ୍କୁ କମ ଟଙ୍କାରେ ମିଳିବ ଘର ଭଡା, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦୦୦ କୋଟିର ବ୍ୟବସ୍ଥା

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ, ୧୪|୦୫:   କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ବାବଦରେ ସେ ତଥ୍ୟ ପ୍ରଦାନ କରିଛନ୍ତି । ଯେଉଁଥିରେ ଶ୍ରମିକ ଓ ଗରିବଙ୍କ ପାଇଁ ଅନେକ ବଡ ଘୋଷଣା କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ,ଏବେ ଗୋଟିଏ ଦେଶ ଗୋଟିଏ ରାସନ୍ ଆଧାରରେ କାମ ହେବ । ପ୍ରବାସୀ ଶ୍ରମିକମାନେ ଯେକୌଣସି ରାଜ୍ୟର ରାସନ ସେଣ୍ଟରରୁ ସାମଗ୍ରୀ ନେଇପାରିବେ । ସହରରେ ବସବାସ କରୁଥିବା ପ୍ରବାସୀ ଶ୍ରମିକ ଓ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଭଡା ଯୋଜନା ଆରମ୍ଭ ହେବ । ଫଳରେ ଗରିବଙ୍କୁ କମ ଟଙ୍କାରେ ଘର ଭଡା ମିଳିବ ।

ଆହୁରି ମଧ୍ୟ ରିଜର୍ଭ ବ୍ୟାଙ୍କ୍ ସୁଧ ପରିଶୋଧ ପାଇଁ ତିନି ମାସର ଆଶ୍ୱସ୍ତି ପ୍ରଦାନ କରିଛି ।ଏହା ପରର ସମସ୍ୟାକୁ ନଜରରେ ରଖି ୫୦ ହଜାର ଟଙ୍କାର ମୁଦ୍ରା ଲୋନରେ ଆସନ୍ତା ଏକ ବର୍ଷ ଯାଏଁ ସୁଦ୍ଧରେ ରିହାତି ମିଳିବ । ୩ କୋଟି ଲୋକଙ୍କୁ ଏଥିରେ ପ୍ରାୟ ୧୫୦୦ କୋଟିର ଫାଇଦା ମିଳିବ । କ୍ଷୁଦ୍ର ଦୋକାନୀ, ଠେଲାଗାଡି ବେପାରୀଙ୍କୁ ୫୦୦୦ କୋଟିର ସୁବିଧା ମିଳିବ । ସେହିପରି ଯେଉଁମାନେ ଡିଜିଟାଲ୍ ପେମେଣ୍ଟ କରିବେ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଏଥିରେ ୫୦ ଲକ୍ଷ ଲୋକଙ୍କୁ ଲାଭ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.