ରାଜ୍ୟରେ ଝିପିଝିପି ବର୍ଷା ; ୫ରୁ ବଢିବ ବର୍ଷା ପରିମାଣ

Published By : Prameya-News7 Bureau | August 01, 2018 IST

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି | ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ହେଉଛି | ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଂଚଳରେ ଘଡଘଡି ସହ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ | ବିଶେଷ କରି ଉତ୍ତର ଓ଼ଡିଶାରେ ବର୍ଷା ପରିମାଣ ଅଧିକ ରହିବ | ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ହାଲୁକା ବର୍ଷା ଜାରି ରହିବ | ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଂଜାମ, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି | ଅଗଷ୍ଟ ୨ ଓ ୩ରେ ଦକ୍ଷିଣ ଓଡିଶା, ଉତ୍ତର ଉପକୂଳ ଓଡିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା ୬ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.