ନିମ୍ନମାନର କାମ ଅଭିଯୋଗ

Published By : Prameya-News7 Bureau | August 01, 2018 IST

ତିନି କୋଟି ଟଙ୍କାର ତିଆରି ହୋଇଥିଲା ରାସ୍ତା, ତିନି ମାସ ନଯାଉଣୁ ପିଚୁ ଉଠିଲାଣି । ଏମିତି ଅବସ୍ଥା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଳକ ସୁମରାରେ । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ବିଲଡିଂ କନଷ୍ଟ୍ରକସନ କର୍ପୋରେସନ ଏ ରାସ୍ତା କାମ କରିଛି । ୩ କୋଟି ଟଙ୍କାର ରାସ୍ତା । ତିନି ମାସ ଗଲାନି । ହାତ ମାରିଲେ କଂକ୍ରିଟ ସହ ପିଚୁ ଉଠିଯାଉଛି । ଇଏ ହେଉଛି ହେମଗିରି ବ୍ଲକ ସୁମରା ପଞ୍ଚାୟତ ତିଉରିଆ ଗାଁ ଦେଇ ଯାଇଥିବା ରାସ୍ତାର ଅବସ୍ଥା । ହେମଗିରି ବ୍ଲକ ସହ ଲେଫ୍ରିପଡା ବ୍ଲକର ଅନେକ ଗାଁର ଲୋକେ ନିର୍ଭର କରନ୍ତି ଏ ରାସ୍ତା ଉପରେ । ବହୁ ଦାବି ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାଟି ପିଚୁ ହୋଇଥିଲା । ଖର୍ଚ୍ଚ ହୋଇଛି ୨ କୋଟି ୮୭ ଲକ୍ଷ ୭୨ ହଜାର ଟଙ୍କା । କାମ ସରିବାର ମାତ୍ର ତିନି ମାସ ପରେ ରାସ୍ତା ଅବସ୍ଥା ବେହାଲ । ନିମ୍ନମାନର କାମ ଯୋଗୁଁ ପିଚୁ ଉଠିଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.