ଚାଉଳ ବଦଳରେ ଦିଆଯାଉଛି ଅଳିଆ ମିଶା ଖୁଦ

Published By : Prameya-News7 Bureau | February 06, 2019 IST

ରାୟଗଡା ୬|୨: ପେଟକୁ ଦିମୁଠା ପାଇଁ କିଛି ନହେଲେ ବି ଚାଉଳ ଉପରେ ତ ସମସ୍ତେ ନିର୍ଭରଶୀଳ । ତେବେ ଚାଉଳ ତ ମିଳୁଛି ହେଲେ ନାଁକୁ ମାତ୍ର । ମାନେ ଚାଉଳ ବଦଳରେ ଦିଆଯାଉଛି ଅଳିଆ ମିଶା ଖୁଦ । ରାୟଗଡ଼ା ଜିଲ୍ଲା ଯୋଗାଣ ବିଭାଗର ମିଲରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ଗଜପତି ଜିଲ୍ଲା ଯୋଗାଣ ବିଭାଗ । କେବଳ ଅଭିଯୋଗ ନୁହେଁ, ରାୟଗଡ଼ାରୁ ଆସିଥିବା ଚାଉଳ ମଧ୍ୟ ଫେରାଇ ଦେଇଛନ୍ତି ।

{"id":82485,"width":579,"height":435}

ମିଲ୍‌ ରେ ଗଦା ହୋଇଛି ବସ୍ତା ବସ୍ତା ଚାଉଳ । ବସ୍ତା ଭିତରେ ଚାଉଳ ବଦଳରେ ରହିଛି କେବଳ ଅଳିଆ ମିଶା ଖୁଦ । ଏଭଳି ଅଭିଯୋଗ ଆଣିଛି ଖୋଦ୍ ଗଜପତି ଜିଲ୍ଲା ଯୋଗାଣ ବିଭାଗ । ରାୟଗଡ଼ାରୁ ଗଜପତି ଜିଲ୍ଲାକୁ ଚାଉଳ ଯୋଗାଣ ବେଳେ ସାମ୍ନାକୁ ଆସିଛି ଏଭଳି ଦୁର୍ନୀତି । ଫଳରେ  ଉନ୍ନତ ସାର୍ଟିଫିକେଟ୍ ଦେଇ ପଠାଯାଇଥିବା ଚାଉଳ ସବୁକୁ ଗଜପତି ଜିଲ୍ଲା ଯୋଗାଣ ବିଭାଗ ଗ୍ରହଣ କରିବାକୁ ରୋକଠୋକ ମନା କରିଦେଇଛି ।ହେଲେ ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି  ରାୟଗଡ଼। ଜିଲ୍ଲା ଯୋଗାଣ ଅଧିକାରୀ ପୁରୁଷୋତମ ଲେଙ୍କା ।ସେହିପରି ଓବେର ହାଉସ୍ ଅଧୀକ୍ଷକ ମଧ୍ୟ ଘଟଣାକୁ ଅସ୍ବୀକାର କରିବା ସହ ଯାଞ୍ଚ କରିବାକୁ କହିଛନ୍ତି ।  

{"id":82486,"width":580,"height":432}

ରାୟଗଡ଼ା ଓବେର ହାଉସରୁ ୪୦ଟି ଟ୍ରକରେ ୧୦ରୁ ୧୨ ଟନ୍ ଲେଖାଏଁ ଚାଉଳ ଗଜପତି ଜିଲ୍ଳାର ମିନିଗାଁ ଓ ଲୁହାଗୁଡ଼ି ଗୋଦାମକୁ ପଠାଇବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୭ଟି ଟ୍ରକରେ ପ୍ରାୟ ୧୭୦ ଟନରୁ ଅଧିକ ଚାଉଳ ପଠାଯାଇଥିଲା । କିନ୍ତୁ ଏହି ଖୁଦ ମିଶା ଚାଉଳ ଗ୍ରହଣ ନକରିବାକୁ ସିଧା ସିଧା ମନା କରିଦେଇଥିଲେ ଗଜପତି ଯୋଗାଣ ବିଭାଗ ।ଏପଟେ ଘଟଣାକୁ ନେଇ ସ୍ଥାନୀୟ ଟ୍ରକ ମାଲିକମାନେ ଓବେରହାଉସରେ ବିରୋଧ ପ୍ରଦର୍ଶନ କରିଛନ୍ତି । 

{"id":82487,"width":579,"height":434}

କେବଳ ଗଜପତି ଜିଲ୍ଲା ନୁହଁ ରାୟଗଡ଼। ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବିଦ୍ୟାଳୟ ଗୁଡ଼ିକୁ ଯୋଗାଣ ହେଉଥିବା ଚାଉଳ ମଧ୍ୟ ଅତ୍ୟନ୍ତ ନିମ୍ନମାନର । ଗତ କିଛି ମାସ ପୂର୍ବରୁ ପଂଚାୟତ କର୍ତୃପକ୍ଷ ଚାଉଳ ଗ୍ରହଣ ନକରିବା ସମଗ୍ର ଜିଲ୍ଲାରେ ହଟଚମଟ ସୃଷ୍ଟି କରିଥିଲା ।  ହେଲେ କିଛି ଦିନର ନିରବତା ପରେ ପୁଣିଥରେ ନିମ୍ନମାନର ଚାଉଳ ଯୋଗାଣ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.