ଶୀତରେ ବର୍ଷା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ଘଣ୍ଟାରେ ନେବ ଅବପାତର ରୂପ, ଆସନ୍ତାକାଲିଠୁ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା

Published By : Prameya-News7 Bureau | November 21, 2020 IST

ଭୁବନେଶ୍ଵର ୨୧।୧୧: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ୪୮ଘଣ୍ଟାରେ ନେବ ଅବପାତର ରୂପ। ଆଗାମୀ ୪୮ଘଣ୍ଟାରେ ଆଉରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଭାବରେ ୨୫ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ମଧ୍ୟ ରହିଛି ଯାହା ଓଡ଼ିଶାରେ ଆସନ୍ତାକାଲି ଠାରୁ ଘଡଘଡି ସାଙ୍ଗକୁ ବର୍ଷା କରାଇବା ସହ ଘନକୁହୁଡ଼ି କରାଇବ।

ଭାରତ ମହାସାଗର ତଥା ଏହାର ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ଘଣ୍ଟାରେ ଅବପାତର ରୂପ ନେବ। ଏହାର ଆସନ୍ତା ୪୮ଘଣ୍ଟାରେ ଆଉରି ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ। ଏହାସହ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏକ ଘୁର୍ଣ୍ଣିବଳୟ ରହୁଥିବାରୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତାକାଲି କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଂଜାମ, ନବରଙ୍ଗପୁର ଓ ଯାଜପୁର ରେ ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ମଧ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନଭେମ୍ବର ମାସରେ ଅଧିକ ସହିତ ଅନୁଭୁତ ହେବ ନାହିଁ। ଲଘୁଚାପ ପ୍ରଭାବରେ ରାତିର ତାପମାତ୍ରା ବିଶେଷ ହ୍ରାସ ପାଇ ପାରିବ ନାହିଁ। ୨୫ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ରହିବ। ଫଳରେ ଦିନର ତାପମାତ୍ରା କମିବ, ଖରା ଅନୁଭୂତ ହେବନାହିଁ। କିନ୍ତୁ ଶୀତ ହେବନାହିଁ ବୋଲି ପାଣିପାଗ ଵିଶେଷଜ୍ଞ କହିଛନ୍ତି। ଅମଳ ହୋଇଥିବା ଧାନକୁ ବର୍ଷାରୁ ବଞ୍ଚାଇବାକୁ ସାଇତି ରଖିବା ସହ ପନିପରିବା ନ ଲଗାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଗତ ୨୪ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପରେ ବର୍ଷା କମିବା ପରେ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବା ସହ ଘନକୁହୁଡ଼ି ମଧ୍ୟ ପରିଲକ୍ଷିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.