Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା : ପରିସ୍ଥିତି ସଂଗୀନ ; ବର୍ଷିବ ଆହୁରି ୨୪ ଘଣ୍ଟା

21/07/2018 at 11:48 AM

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି | ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି | ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ | ମହାନଦୀ ଏବଂ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବ ପାଇଁ ସରକାର ନିର୍ଦେଶ ଦେଇଛନ୍ତି | ଆଜି ସଚିବାଳୟରେ ବର୍ଷା ଏବଂ ବନ୍ୟା ଆଶଙ୍କାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ | ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଜିଲ୍ଲାରେ ୨୦୦ ମି:ମି ବର୍ଷା ରେକର୍ଡ କରାଯାଇଛି | କଟକ, ଭୁବନେଶ୍ୱର, ପୁରୀ, କଳାହାଣ୍ଡି, ରାୟଗଡା, ମାଲକାନଗିରି ଆଦି ୧୫ଟି ଜିଲ୍ଲାରେ ଲଗାଣ ବର୍ଷା ସାଧରଣ ଜନଜୀବନକୁ ପ୍ରଭାବିତ କରିଛି | ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫକୁ ସଜାଗ ରହିବ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି | ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଓ ସାପ କାମୁଡ଼ା ଆଶଙ୍କାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ରଣନୀତି ପ୍ରସ୍ତୁତ କରିଛି | ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି | ଯେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା ପାଇଁ ଭ୍ରାମ୍ୟମାଣ ଡାକ୍ତରଦଳଙ୍କୁ ସଜାଗ ରଖାଯାଇଛି | ଘଟଣାସ୍ଥଳରେ ଡାକ୍ତର ପହଂଚିବେ | ସାପକାମୁଡା ଇଞ୍ଜେକ୍ସନ , ଝାଡ଼ାବାନ୍ତି ଔଷଧ ପ୍ରଚୁର ପରିମାଣର ମହଜୁଦ ରଖାଯାଇଛି |
ଜଳବନ୍ଦୀ ଅଂଚଳରୁ ଲୋକଙ୍କୁ ସ୍ଥାନାଂତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି | କଟକ ମହାନଗର ନିଗମ ଅଂଚଳରେ ୧୬,୦୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି | କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ମଧ୍ୟ ରିଲିଫ ଆକାରରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି |

   Related Posts