ସଂଧ୍ୟାରେ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ, ସଜାଗ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 09, 2018 IST

ଭୁବନେଶ୍ବର ୯|୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।  ବାତ୍ୟା  ତିତ୍ ଲି କୁ ଆଖି ଆଗରେ ରଖି ୨୦ଟି ଓଡ୍ରାଫ୍ ଟିମ୍, ୧୧ଟି ଏନଡିଆରଏଫ  ଟିମ୍ ଓ ୩୨୬ ଦମକଳବାହିନୀକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଆଜି ସଂଧ୍ୟାରେ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ । ୧୧ ତାରିଖ ଭୋରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ତିତଲି । ସଂଧ୍ୟାରୁ ରାଜ୍ୟରେ ବର୍ଷାର ଆରମ୍ଭ ହେବ । ରାଜ୍ୟର ୧୧ଟି ଜିଲାରେ ବର୍ଷାର ସମ୍ଭାବନା ରହିଛି । କଟକ, କେନ୍ଦ୍ରାପଡା, ଭଦ୍ରକ, କନ୍ଧମାଳ, ବୌଦ୍ଧ ଜିଲରେ ବର୍ଷାର ସମ୍ଭାବନା ରହିଥିବା ବେଳେ ପୁରୀ, ଗଞ୍ଜାମ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏହି ସମୟରେ ୭୦ରୁ ୮୦ କିମି ବେଗରେ ପବନ ବହିବ । ବର୍ତ୍ତମାନ ଭୀଷଣ ଅବପାତ ଦୁର୍ବଳ ହେବାର ସମ୍ଭାବାନା ନାହିଁ । ୧୩ ତାରିଖ ପରେ ଏହାର ପ୍ରଭାବ କମି ଯିବ । ଅବପାତ ଏବେ ଗୋପାଳପୁରଠାରୁ ୫୮୦ କିଲୋମିଟର ଏବଂ କଳିଙ୍ଗପଟନମ୍ ଠାରୁ ୫୬୦କଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦିଗରେ ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.