ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | August 20, 2018 IST

ଭୁବନେଶ୍ୱର ୨୦/୮ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସାରା ଓଡିଶାରେ ବର୍ଷା ଲାଗି ରହିବ । ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ, କଟକ, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଯାଜପୁର, ଦେବଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ବାଲେଶ୍ବର, ବରଗଡ, ଝାରସୁଗୁଡାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ବର୍ଷାର ପରିମାଣ ଅଧିକା ରହିଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଅବବାହିକାରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାର ପାନପୋଷରେ ସର୍ବାଧିକ ୨୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନରୁ ଅଗଷ୍ଟ ୧୫ ସୁଦ୍ଧା ସାରା ଓଡିଶାରେ ୧୧ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ବଲାଙ୍ଗିରରେ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.