ଆସୁଛି ଆଉ ଏକ ଲଘୁଚାପ
Published By : Prameya-News7 Bureau | September 16, 2018 IST
ଭୁବନେଶ୍ୱର ୧୬/୯ : ୧୮ତାରିଖରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | କେନ୍ଦ୍ରୀୟ ଓ ପାର୍ଶ୍ବବତୀ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ | ଏହାର ପ୍ରଭାବରେ ୧୮ତାରିଖରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି | ଗତ ୨୪ ଘଣ୍ଟା ମଧ୍ୟରେ କଟକର ନରାଜ ଅଞ୍ଚଳରେ ସର୍ବାଧିକ ୮୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ପଞ୍ଜାବରୁ ଉତ୍ତର ବଙ୍ଗୋପସାଗର ଦେଇ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି | ଫଳରେ ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହୋଇ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି |