Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ପାଇଁ ଲଘୁଚାପ ଆଣୁଛି ବଡ଼ ବର୍ଷା, ଜୁଲାଇ ମାସରେ ବର୍ଷାର ପରିମାଣ ଠିକ୍ ରହିବ ବୋଲି ପୂର୍ବାନୁମାନ

ଭୁବନେଶ୍ବର୨୫|୬: ଲଘୁଚାପ ଆଣୁଛି ବଡ଼ ବର୍ଷା । ୩୦ ତାରିଖ ବେଳକୁ ଦୁର୍ବଳ ଥିବା ମୌସୁମୀ ସକ୍ରିୟ ହେବା ସହିତ ସାରା ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବା ସହିତ କାଳବୌଶାଖୀ ପ୍ରଭାରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା  ନାହିଁ । ସେପେଟେ ଚଳିତ ମାସ ୨୫ ତାରିଖ ସୁଦ୍ଧା ସାରା ରଜ୍ୟରେ ସ୍ବଭାବିକଠାରୁ ୨୪ ପ୍ରତିଶତ କମ ବର୍ଷା ହେଇଥିବ ସୂଚନା ଦେଇଛନ୍ତି ପାଣିପାଗ ନିର୍ଦ୍ଦେଶକ

ବିଳମ୍ବରେ ଆସି ଉଭାନ ହୋଇଗଲା ମୌସୁମୀ । ରାଜ୍ୟର ଅଧିକାଂଶ ଅଂଚଳରେ ଏବେ ପାଗ ଶୁଖିଲା । ମୌସୁମୀ ଛୁଇଁବା ଦିନ ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିଲା । ଅନେକ ସ୍ଥାନରେ ପାଗ ମେଘୁଆ ରହିଥିଲା । କିନ୍ତୁ ଦିନକ ମଧ୍ୟରେ କୁଆଡେ ହଜିଗଲା ମୌସୁମୀ । ପୁଣି ଗ୍ରୀଷ୍ମର ପ୍ରଭାବ, ଗୁଳୁଗୁଳି ଅନୁଭୂତ ହେଉଛି । ଚାଷୀକୂଳ ବର୍ଷାକୁ ଚାହିଁ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ସ୍ବଭାବିକଠାରୁ ୨୪ ପ୍ରତିଶତ କମ୍ ବର୍ଷା ହୋଇଛି । ଗଜପତିରେ ଶତକଡ଼ା ୬୪ ଓ ରାୟଗଡ଼ାରେ ଶତକଡ଼ା ୫୨ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ୪୮ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କିଛିଟା ସମ୍ଭାବନା ସୃଷ୍ଟି କରିଛି । ୩୦ ତାରିଖରୁ ଲଘୁଚାପ ପ୍ରଭାବରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଗ ଅନୁକୂଳ ରହିଲେ ମୈସୁମୀ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ବର୍ଷା ହେବ । ତେବେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବାନା ରହିଛି । ୨୮ ତାରିଖରୁ କୋରାପୁଟ, ଝାରସୁଗଡ଼ା, ଭଦ୍ରକ ଓ ୨୯ ତାରିଖରେ ସୁନ୍ଦରଗଡ଼ , ଢୋଙ୍କାନାଳ, ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଜୁଲାଇ ମାସରେ  ବର୍ଷାର ପରିମାଣ ଠିକ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଚାଷୀଭାଇଙ୍କ ପାଇଁ ଖୁସି ଖବର ହେଲା ଆରମ୍ଭରୁ ଲୁଚକାଳି ଖେଳୁ ଥିବା ମୌସୁମୀ ଚଳିତ ମାସ ଶେଷ ଆଡ଼କୁ ଭଲ ବର୍ଷିବ ।

128 Views

   ସମ୍ବନ୍ଧିତ ଖବର