ଆଉ ଏକ ଲଘୁଚାପ ; ଉପକୂଳ ଓଡ଼ିଶାରେ ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | November 10, 2018 IST

ଭୁବନେଶ୍ବର ୧୦|୧୧:  ମଧ୍ୟ ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ମିଡ୍ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମାତ୍ର ବିଭିନ୍ନ ମଡେଲଗୁଡ଼ିକ ମଧ୍ୟରେ ତାରତମ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ଏହା ଏକ ଘୁର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଂଗୋପସାଗରରେ ନଭେମ୍ବର ୧୩ତାରିଖ ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବ ଏବଂ ତାପରେ ତାହା ଏହା ଦୂର୍ବଳ ହେବ । ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଭାରତରେ ସୃଷ୍ଟ ପ୍ରଦୂଷଣ ହେତୁ ଓଡ଼ିଶାରେ ପାଗ କୁହୁଡିଆ ରହୁଛି ଓ ଉତ୍ତର-ପଶ୍ଚିମ ତଥା ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ଆଡ଼କୁ ପ୍ରବାହିତ ବାୟୁ ଦ୍ବାରା ଏହି ପ୍ରଦୂଷଣକାରୀ ପଦାର୍ଥଗୁଡ଼ିକ ପୂର୍ବ ଦିଗକୁ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.