Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମେ’ ୨୪ରେ ବାତ୍ୟାର ରୂପ ନେବ ଲଘୁଚାପ, ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଅତିକ୍ରମ କରିବ ଓଡିଶା ଉପକୂଳ

22/05/2021 at 3:16 PM

ଭୁବନେଶ୍ବର ୨୨।୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ମେ’ ୨୩ ତାରିଖରେ ଏହା ଅବପାତର ରୂପ ନେବ । ମେ’ ୨୪ତାରିଖରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ତଥା ବାତ୍ୟା ‘ୟଶ୍’ରେ ପରିଣତ ହେବ । ଆସନ୍ତା ୨୫ରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଅତିକ୍ରମ କରିବ । ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମେ’ ୨୬ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଦେଇ ଅତିକ୍ରମ କରିବ ବାତ୍ୟା । ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର । ବାତ୍ୟାର କେନ୍ଦ୍ର ସ୍ଥଳରେ ୧୪ ମିଟର ଯାଏଁ ଢେଉ ଉଠିପାରେ । ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଏହା ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । ମେ’ ୨୫ ଓ ୨୬ରେ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶନିବାର ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ବାତ୍ୟା ମୁକାବିଲା ନେଇ ମଧ୍ୟ ଆଲୋଚନା କରିବେ । ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ସହ ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛ ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ଭୟଭୀତ ନହୋଇ ସଜାଗ ରହିବାକୁ ଲୋକଙ୍କୁ ପରାମର୍ଶ  ଦେଇଛନ୍ତି ଧର୍ମେନ୍ଦ୍ର ।

   Related Posts