Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା

10/11/2018 at 6:57 PM

ଭୁବନେଶ୍ୱର ୧୦/୧୧ : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଦକ୍ଷିଣ-ପୂର୍ବ ବଂଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ।

ଅନୁକୂଳ ପରିସ୍ଥିତି ଉପଲବ୍ଧ ହେବା ସହ ସମୁଦ୍ରର ତାପମାତ୍ରା ୨୮-୩୦ ଡିଗ୍ରୀ ସେଂଟିଗ୍ରେଡ୍, ପବନର ବେଗ ୫-୧୫ ନଟ୍ ଏବଂ ଉପରସ୍ତରରେ ଆଂଟି ସାଇକ୍ଲୋନିକ୍ ଫ୍ଲୋ ରହିଥିବା ଯୋଗୁଁ ଏହି ଅବପାତ ପରବର୍ତୀ ସମୟରେ ଘୁର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ପ୍ରଥମ ପର୍ଯ୍ୟାୟରେ ଏହି ଅବପାତ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ପର୍ଯ୍ୟାୟରେ ଏହାର ଦିଗ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ମୁହାଁ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳ ଅଂଚଳର କେତେକ ସ୍ଥାନରେ ନଭେମ୍ବର ୧୨ ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।
ଉତର-ପଶ୍ଚିମ ବା ଉତର ଦିଗରେ ପବନ ବହିବା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି ।

   Related Posts